କୁନି ବୟସରେ କମାଲ୍…ତୃତୀୟ ଶ୍ରେଣୀରେ ପାଠପଢୁଥିବା ଯାଆଁଳା ଭଉଣୀଙ୍କ ପ୍ରତିଭା ଦେଖି ଚଳିକ ହେବେ ଆପଣ…ସଙ୍ଗୀତ ହେଉ କି ଶ୍ଳୋକ ଗୋଟିଏ ସ୍ୱରରେ ଗୋଟିଏ ତାଳରେ ଅନର୍ଗଳ ଗାଉଛନ୍ତି ଦୁଇ ଭଉଣୀ
କନକ ବ୍ୟୁରୋ: ଦେଶାତ୍ମକ ସଙ୍ଗୀତ ହେଉ କି ଗୀତାର ଶ୍ଳୋକ…ଗୋଟିଏ ସ୍ୱରରେ ଗୋଟିଏ ତାଳରେ ବେଧଡ଼କ ଗାଉଛନ୍ତି ୨ ଯାଆଁଳା ଭଉଣୀ ଉପାସନା ଓ ଅରାଧନା । ବୟସ ଛୋଟ ହେଲେ ମଧ୍ୟ ବିନା କୌଣସି ପ୍ରଶିକ୍ଷଣରେ ମୋବାଇଲରୁ ଗୀତ ଶିଖି ଅତି ସୁନ୍ଦର କଣ୍ଠରେ ଗୀତ ଗାଉଛନ୍ତି ଏହି ଦୁଇ ଭଉଣୀ । ଆଉ ଦୁଇ ଭଉଣୀଙ୍କ ଗୀତ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କଥାରେ ଅଛି, ପ୍ରତିଭା କେବେ ଲୁଚି ରହେନା । ପ୍ରତିବନ୍ଧକ ହୁଏତ ତାର ଗତିରୋଧ କରିପାରେ କିନ୍ତୁ ସାତ ତାଳ ପଙ୍କ ତଳୁ ଯେମିତି ଫଦ୍ମ ଫୁଟିଥାଏ ଠିକ୍ ସେମିତି ପ୍ରତିଭା ପ୍ରସ୍ପୁଟିତ ହୁଏ । ଏଭଳି କିଛି ଦେଖିବାକୁ ମିଳିଛି ଜୟପୁର ସହରର ପାୱାର ହାଉସ କଲୋନୀରେ ରହୁଥିବା ଦୁଇ ଯାଆଁଳା ଭଉଣୀଙ୍କ କ୍ଷେତ୍ରରେ । ଏମାନଙ୍କ ମଧ୍ୟରୁ କିଏ ଉପାସନା କିଏ ଆରାଧନା ଚିହ୍ନିବା କଷ୍ଟକର, ହେଲେ ମାତ୍ର ୭ବର୍ଷ ବୟସରେ ନିଜର ସଙ୍ଗୀତ ଓ ନାଚ ମାଧ୍ୟମରେ ବଡ଼ ବଡ଼ିଆଙ୍କୁ ପଛରେ ପକାଇ ଦେଉଛନ୍ତି । ଏ ଦୁହିଁଙ୍କର ଦେଶ ଭକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ବିନା ପ୍ରଶିକ୍ଷଣରେ ଏତେ ସୁନ୍ଦର ସଙ୍ଗୀତ ପରିବେଷଣ କରିପାରୁଥିବାରୁ ଏମାନଙ୍କୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।
ପିଲାଟି ଦିନରୁ ଏମାନେ ଯାହା ଶୁଣୁଥିଲେ ତାକୁ ଗୁଣୁ ଗୁଣାଉଥିଲେ ଆଉ ଆଜି ସେହି ଗୁଣୁ ଗୁଣୁ ଏବେ ଦେଶଭକ୍ତିରେ ପରିଣତ ହୋଇଛି । ତେବେ ଘରେ ବାପା ମ।।ଆ ଶିକ୍ଷକତା କରୁଥିବା ବେଳେ ଝିଅଙ୍କ ଏଭଳି ଭକ୍ତିଭାବନାକୁ ଦେଖି ଏବେ ସହଯୋଗ କରୁଛନ୍ତି ।