ଦିଲ୍ଲୀ ଏମ୍ସରୁ ଆସିଲା ଆଉ ଏକ ଭିଡିଓ । ବିରଳ ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଖୋଲାଦେହରେ ସାମନାକୁ ଆସିଲେ ଜଗା-ବଳିଆ

49

କନକ ବ୍ୟୁରୋ: ଖେଳୁଛନ୍ତି ଜଗା-ବଳିଆ । ଦିଲ୍ଲୀ ଏମ୍ସରୁ ଆସିଲା ଆଉ ଏକ ଭିଡିଓ । ଜଟିଳ ଅସ୍ତ୍ରୋପଚାର ପରେ ଯୋଡାମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳର ଶିଶୁ ଜଗା-ବଳିଆ ପ୍ରଥମ ଥର ପାଇଁ ଖୋଲା ଦେହରେ ସାମନାକୁ ଆସିଛନ୍ତି । ଦିଲ୍ଲୀ ଏମ୍ସରୁ ଆସିଥିବା ଏହି ନୂଆ ଭିଡିଓରେ ଉଭୟଙ୍କୁ ଏକାଠି ଖେଳୁଥିବାର ଦେଖିବାକୁ ମିଳିଛି । ବଳିଆକୁ ପାଖରେ ପାଇ ଜଗା ବହୁତ ଖୁସି ହେଉଛି ।

ବଳିଆ ପାଖରେ ରହି ଜଗା ତାକୁ ହସାଇବାକୁ ଚେଷ୍ଟା କରୁଛି । ଆଉ ବଳିଆ ବି ଭାଇକୁ ଦେଖି ହସିଦେଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ବଳିଆ ମୁଣ୍ଡରୁ କପଡା ଖୋଲାଯାଇଛି । ଏହା ସହ ପ୍ରଥମ ଥର ପାଇଁ ଦୁଇ ଭାଇ ଜଗା-ବଳିଆଙ୍କୁ ତେଲ ଲଗାଇ ଦିଆଯାଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମିଲୁପଡାର ଯୋଡାମୁଣ୍ଡ ଶିଶୁଙ୍କୁ ଦିଲ୍ଲୀ ଏମ୍ସରେ ଜଟିଳ ଅସ୍ତ୍ରୋପଚାର କରି ଅଲଗା କରାଯାଇଥିଲା । ଏବେ ସେମାନେ ଚିକିତ୍ସାଧିନ ଥିବାବେଳେ ଧିରେ ଧିରେ ସୁସ୍ଥ ହେଉଛନ୍ତି ।