‘ମୁଁ ବି ହୋଇଛି ଯୌନ ନିର୍ଯାତନାର ଶିକାର’ ! ଟ୍ୱିଙ୍କିଲ୍ ଖନ୍ନାଙ୍କ ଖୁଲାସା

41

ଦେଶରେ ଦିନକୁ ଦିନ ମହିଳା ମାନଙ୍କ ପ୍ରତି ଯୌନ ନିର୍ଯାତନା ବଢି ଚାଲିଛି । ସାଧାରଣ ମହିଳାଙ୍କ ଠାରୁ ଆରମ୍ଭ କରି ଲୋକପ୍ରିୟ ଏବଂ ସେଲିବ୍ରିଟି ମାନେ ମଧ୍ୟ ଏହି ହୀନ ମାନସିକତାର ଶିକାର ହୋଇ ସାରିଛନ୍ତି । ପୂର୍ବରୁ ଅନେକ ଅଭିନେତ୍ରୀ ଏନେଇ ମୁହଁ ଖୋଲି ସାରିଛନ୍ତି । ଆଉ ଏବେ ଟ୍ୱିଙ୍କିଲ୍ ଖନ୍ନା ନିଜ ସହ ହୋଇଥିବା ଦୁର୍ବବ୍ୟବହାରର ଖୁଲାସା କରିଛନ୍ତି ।

ସେ କହିଛନ୍ତି , ଜଣେ ପ୍ରତିଷ୍ଠିତ ଧନୀ ବ୍ୟକ୍ତି ତାଙ୍କୁ ଅଶ୍ଳୀଳ ମେସେଜ୍ ପଠାଇଥିଲେ । ଯାହା ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଥିଲା । ଏହା ସହ ସେ କହିଛନ୍ତି ଯଦି ସେ ନିଜେ ଜଣେ ସେଲିବ୍ରିଟି ହେବା ସହ ଜଣେ ସେଲିବ୍ରିଟିଙ୍କ ପତ୍ନୀ ହୋଇ ବି ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଛି ତେବେ ସାଧାରଣ ମହିଳା ମାନଙ୍କ ଅବସ୍ଥା କଣ ହେଉଥିବ । ତେବେ ଏସବୁ ପରେ ସେ ଏକ ସନ୍ଦେଶ ମଧ୍ୟ ଦେଇଛନ୍ତି । ମହିଳା ମାନଙ୍କୁ ବାହାରେ ହେଉ ବା କର୍ମକ୍ଷେତ୍ର ହେଉ କୌଣସି ସ୍ଥାନରେ ଦୁର୍ବ୍ୟବହାର ଏବଂ ନିର୍ଯାତନା ଦେବା ଠିକ୍ ନୁହେଁ । ସେକ୍ସି ଶବ୍ଦ କେବଳ ବେଡରୁମରେ ବ୍ୟବହାର କରନ୍ତୁ ଅନ୍ୟ ସ୍ଥାନରେ ନୁହେଁ ।