କନକ ବ୍ୟୁରୋ: ଯୋଡା ଦେହ ଯାଆଁଳା ଭଉଣୀ ଆବି ଏବଂ ବ୍ରିଟାନି ହେନସେଲ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଦୁହେଁ ବିବାହ କରିଛନ୍ତି। ଏହି ବିବାହ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟୁଛି । ତାଙ୍କୁ ବିବାହ କରିଛନ୍ତି ଆମେରିକାର ଜୋଶ ବୋଲିଂ ।
୧୯୯୬ରେ ଓପ୍ରା ୱିନଫ୍ରେ ଶୋ'ରେ ଅଭିନୟ କରିବା ପରେ ଦୁହେଁ ଚର୍ଚ୍ଚାକୁ ଆସିଥିଲେ। ଚଳିତ ସପ୍ତାହ ଆରମ୍ଭରେ ଟୁଡେରେ ପ୍ରକାଶିତ ଏକ ଲେଖାରେ କୁହାଯାଇଥିଲା, ଯେ ଦୁଇ ଭଉଣୀ ଏବେ ଶିକ୍ଷକତା କରୁଛନ୍ତି ଏବଂ ସେମାନେ ଯୁକ୍ତରାଷ୍ଟ୍ର ଆମେରିକା ସେନାରୁ ଅବସର ଗ୍ରହଣ କରିଥିବା ଜୋଶ ବୋଲିଂଙ୍କୁ ବିବାହ କରିଛନ୍ତି। ଜୋଶ୍ ନିଜ ଇଚ୍ଛାରେ ତାଙ୍କୁ ବିବାହ କରିଥିବା କହିଛନ୍ତି ।