ଅତୁଲ ସହ ରିଙ୍କି ଏବଂ ପିଙ୍କି । ଯାଆଁଳା ଭଉଣୀଙ୍କୁ ବିବାହ କଲେ ଯୁବକ । ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଫଟୋ ଏବଂ ଭିଡିଓ…

1,879

କନକ ବ୍ୟୁରୋ: ଦୁଇ ଯାଆଁଳା ଭଉଣୀଙ୍କ ହୃଦୟ ଜିତିଲେ ଯୁବକ, ଧୁମଧାମରେ ହେଲା ବାହାଘର । ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ହୋଇଥିବା ଏକ ବାହାଘର ଭିଡିଓ, ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବକ ଦୁଇ ଯାଆଁଳା ଭଉଣୀଙ୍କୁ ବିବାହ କରୁଥିବାବେଳେ, ଦୁଇ ଭଉଣୀ ବର ବେକରେ ବରଣମାଳା ପିନ୍ଧାଉଛନ୍ତି ।ଦୁଇ ଭଉଣୀ ରିଙ୍କି ଏବଂ ପିଙ୍କିଙ୍କ ହୃଦୟ ଆଇଟି ଇଞ୍ଜିନିୟର ଅତୁଲ ଚୋରି କରିନେଇଥିଲେ । ଏହାପରେ ଦୁହେଁ ଅତୁଲଙ୍କୁ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହି ବାହାଘର ହେବା ପରେ, ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଏପରି ବିବାହ ବୈଧ କି ନୁହେଁ ସେନେଇ ଲୋକମାନେ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି ।ରିଙ୍କି ଏବଂ ପିଙ୍କିଙ୍କ ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନେ ବିଗିଡିଯାଇଥିଲା । ଏପରି ସମୟରେ ସେ ଅତୁଲଙ୍କ କାରରେ ତାଙ୍କୁ ହସ୍ପିଟାଲ ନେଇଥିଲେ । ଏପରି ସମୟରେ ଦୁଇ ଯାଆଁଳା ଭଉଣୀଙ୍କ ହୃଦୟ ଅତୁଲଙ୍କୁ ଭଲ ପାଇ ବସିଥିଲା । ଆଉ ଦୁଇ ଭଉଣୀ ଅତୁଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଏବେ ସତ ସାବ୍ୟସ୍ତ ହୋଇଛି ।