କନକ ବ୍ୟୁରୋ : କମିସନରେଟ କାର୍ଯ୍ୟାଳୟରେ ପଶିଲା ଭିଜିଲାନ୍ସ । ପ୍ରୋଭିଡେଂଟ ଫଣ୍ଡ କରେଇଦେବା ପାଇଁ ୮ ହଜାର ଟଙ୍କା ଲାଂଚ ନେଉଥିଲେ କନେଷ୍ଟବଳ । ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନେଷ୍ଟବଳ । ଟଙ୍କା ମଧ୍ୟ ଜବତ କରାଯାଇଛି । କନେଷ୍ଟବଳ ଜଣକ ହେଉଛନ୍ତି ସୁରେଶ ଚନ୍ଦ୍ର ଦାସ । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କୁ ନିଲମ୍ବିତ କରାଯାଇଛି । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁରେଶ ଚନ୍ଦ୍ର ଦାସ । ତାଙ୍କ ପକେଟରେ ଯୁବକ ଜଣକ ଜବରଦସ୍ତ ଟଙ୍କା ପୁରାଯାଇଥିବା ସେ କହିଛନ୍ତି ।
କମିସନରେଟ ପୁଲିସ କାର୍ଯ୍ୟାଳୟରେ ପଶିଲା ଭିଜିଲାନ୍ସ : ପ୍ରୋଭିଡେଂଟ ଫଣ୍ଡ କରେଇଦେବା ପାଇଁ ୮ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରାପଡିଲେ କନେଷ୍ଟବଳ; ଅଭିଯୋଗ ପରେ ସୁରେଶ ଚନ୍ଦ୍ର ଦାସ ନିଲମ୍ବିତ
/kanak/media/post_attachments/wp-content/uploads/2020/07/29-8.jpg)