କାଲିଠାରୁ ଦୁଇ ଦିନିଆ ସହର ହେବ ସଟଡାଉନ୍। କଟକଣାରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ରହିବ ବନ୍ଦ ।

420

କନକ ବ୍ୟୁରୋ: ସକାଳୁ ଘଂଟାଏ କୋହଳ ହେବ ସପ୍ତାହନ୍ତ ସଟଡାଉନ୍। ପ୍ରାତଃ ଭ୍ରମଣ ଓ ବ୍ୟାୟମ ପାଇଁ କଟକଣାକୁ ଘଂଟାଏ ପାଇଁ କୋହଳ କରାଯିବ । ତେବେ ଶନି ଓ ରବିବାର ସକାଳ ୫ଟାରୁ ୬ ଯାଏଁ ଲୋକମାନେ ମର୍ଣ୍ଣି ୱାକ୍, ଜଗିଂ ଓ ସାଇକେଲିଂ କରିପାରିବେ । ଆସନ୍ତାକାଲିଠାରୁ  ରାଜ୍ୟରେ ଆରମ୍ଭ  ସପ୍ତାହାନ୍ତ ସଟଡାଉନ । ଆଜିର ନାଇଟ୍ କର୍ଫ୍ୟୁ ସମୟରୁ ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ ରହିବ । ଅର୍ଥାତ୍ ଆଜି ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ଦୋକାନ ବଜାର, ଗାଡି ଚଳାଚଳ ସବୁ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ଓ  ଅତିଜରୁରୀ ସେବା ଜାରି ରହିବ ।

  • ଆଜି ରାତି ୯ଟାରୁ ସୋମବାର ସକାଳ ୫ ଟା ଯାଏଁ  ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ
  • ସକାଳୁ ଘଂଟାଏ କୋହଳ ହେବ ସପ୍ତାହନ୍ତ ସଟଡାଉନ୍
  • ପ୍ରାତଃ ଭ୍ରମଣ ଓ ବ୍ୟାୟମ ପାଇଁ କଟକଣାକୁ ସକାଳ ୫ଟାରୁ ୬ଟା ଯାଏଁ କୋହଳ

ସଟଡାଉନ ବେଳେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ?

ଏହି ସମୟରେ  ଅତ୍ୟାବଶ୍ୟକ  ସେବା ଜାରି  ରହିବ । ଡାକ୍ତରଖାନା, ନର୍ସିଂହୋମ, ଔଷଧ ଦୋକାନ ଖୋଲିବ । ଅଗ୍ନିଶମ, ପୁଲିସ, ପେଟ୍ରୋଲ ପମ୍ପ, ବିଦ୍ୟୁତ ଯୋଗାଣା, ଜଳ, ଏଲପିଜି, ଖବର କାଗଜ ଯୋଗାଣ, କ୍ଷୀର ଦୋକାନ ଖୋଲା ରହିବ । ରେଳ, ବିମାନ ଯାତ୍ରୀଙ୍କୁ ନେଇ ଯାଉଥିବା ଗାଡି ଚଳାଚଳ କରିବ । ତେବେ ମଲ , ସିନେମା ହଲ, ସାଧାରଣ ଯାତାୟାତ, ସ୍କୁଲ , କଲେଜ, ମନ୍ଦିର , ପାର୍କ, ଦୋକାନ ବଜାର, ପନିପରିବା ବଜାର, ବନ୍ଦ ରହିବ ।

ତେବେ ସଟଡାଉନ ସମୟରେ କଟକ ଓ ଭୁବନେଶ୍ୱରରେ କିଛି ସ୍ଥାନରେ ମୋ ବସ ସେବା ଜାରି ରହିବ । ରେଳଷ୍ଟେସନରୁ ବସ ଚଳାଚଳ କରିବ ଏବଂ ଏୟାରପୋର୍ଟ ଓ ରେଳଷ୍ଟେସନ ମଧ୍ୟରେ ମୋ ବସ ଚଳାଚଳ କରିବ । ସଟଡାଉନ ପାଇଁ କୌଣସି ପ୍ରକାର ପାସ ବ୍ୟବସ୍ଥା ହୋଇନାହିଁ । ଅତ୍ୟାବଶ୍ୟକ ଓ ଜରୁରୀକାଳୀସେବାର କର୍ମଚାରୀ ନିଜ ସଂସ୍ଥାର ପରିଚୟପତ୍ର ଦେଖାଇ  ଯିବା ଆସିବା କରିପାରିବେ ।