ଆଇସିୟୁ ପାଇଁ କସରତ କରୁଛନ୍ତି ଟ୍ୱିନସିଟି ବାସିନ୍ଦା । କଟକ-ଭୁବନେଶ୍ୱରର ବଡ଼ ବଡ଼ ହସ୍ପିଟାଲରେ ଆଇସିୟୁ ବେଡ୍ ଫୁଲ୍ : ବିଶେଷଜ୍ଞ ଡାକ୍ତର କହିଲେ, ସୁରକ୍ଷା ଦୃଷ୍ଟିରୁ ଆଗୁଆ ଆଇସିୟୁକୁ ବାଛୁଛନ୍ତି ରୋଗୀଙ୍କ ସମ୍ପର୍କୀୟ

Advertisment
ଆଇସିୟୁ ପାଇଁ କସରତ କରୁଛନ୍ତି ଟ୍ୱିନସିଟି ବାସିନ୍ଦା । କଟକ-ଭୁବନେଶ୍ୱରର ବଡ଼ ବଡ଼ ହସ୍ପିଟାଲରେ ଆଇସିୟୁ ବେଡ୍ ଫୁଲ୍ : ବିଶେଷଜ୍ଞ ଡାକ୍ତର କହିଲେ, ସୁରକ୍ଷା ଦୃଷ୍ଟିରୁ ଆଗୁଆ ଆଇସିୟୁକୁ ବାଛୁଛନ୍ତି ରୋଗୀଙ୍କ ସମ୍ପର୍କୀୟ

କନକ ବ୍ୟୁରୋ : ଭୁବନେଶ୍ୱର-କଟକ ଟ୍ୱିନ୍ସିଟି ଅଂଚଳରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଥିବା ବେଳେ ଗୁରୁତର ରୋଗୀ, ଯେଉଁମାନେ ଆଇସିୟୁ ଆବଶ୍ୟକ କରୁଛନ୍ତି, ସେମାନେ ବେଶ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏମିତି କି ଆଇସିୟୁ ବେଡ୍ ନ ମିିଳିବା କାରଣରୁ ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ସଂକଟଜନକ ସ୍ଥିତିରେ ଥିବା ଅଭିଯୋଗ ହେଉଛନ୍ତି । କଟକ-ଭୁବନେଶ୍ୱର ଅଂଚଳରେ ଥିବା କିଛି ପ୍ରମୁଖ ହସ୍ପିଟାଲର ସ୍ଥିତି ଉପରେ ନଜର ପକାନ୍ତୁ ।

ହସ୍ପିଟାଲ ମୋଟ ଆଇସିୟୁ/ଏଚ୍ଡିୟୁ ଖାଲି ଆଇସିୟୁ ମୋଟ୍ ଭେନ୍ଟିଲେଟର ଖାଲି ଭେନ୍ଟିଲେଟର

ଅଶ୍ୱନୀ ୩୪ ୦୦ ୧୮ ୦୦

ଏସ୍ସିବି ୩୯ ୨୩ ୧୪ ୦୯

ଶ୍ରୁଷ୍ଟି ୯୧ ୨୨ ୧୬ ୦୦

କିମ୍ସ ୪୫ ୦୦ ୨୦ ୦୦

ନୀଳାଚଳ ୧୫ ୦୦ ୦୫ ୦୪

ଆଦିତ୍ୟ-ଅଶ୍ୱିନୀ ୫୫ ୨୩ ୧୫ ୦୦

କ୍ୟାପିଟାଲ ୦୫ ୦୫ ୦୫ ୦୫

ହାଇଟେକ୍ ୮୧ ୬୨ ୧୦ ୦୪

ଟ୍ୱିନସିଟି ହସ୍ପିଟାଲ ଗୁଡ଼ିକରେ କ’ଣ ରହିଛି ଆଇସିୟୁର ସ୍ଥିତି?

କେଉଁ ହସ୍ପିଟାଲରେ କେତେ ଖାଲି, କେତେ ବେଡ୍ ପୂର୍ଣ୍ଣ?

ଏପଟେ ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚନ୍ଦ ଚୌଧୁରୀ ସୂଚନା ଦେଇ କହିଛନ୍ତି- ପ୍ରାଧାନ୍ୟ ଭିତିରେ ରୋଗୀଙ୍କୁ ଆଇସିୟୁ ବେଡ୍ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି । ୪୪୫ ଆଇସିୟୁ ବେଡ୍ ଓ ୨ ହଜାର ୫ ଶହ ସାଧାରଣ ବେଡ୍ କୋଭିଡ୍ ରେଗୀଙ୍କ ଚିକିତ୍ସା ପାଇଁ ଉବଲବ୍ଧ କରିବା ଦିଗରେ ମଧ୍ୟ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି କମିଶନର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe