ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ: ଭୁବନେଶ୍ୱର ଡିସିପି ହେଲେ ଉମାଶଙ୍କର ଦାସ; ଅନୁପ ସାହୁ ହେଲେ ଗୁଇନ୍ଦା ବିଭାଗ ଡିଆଇଜି

କଟକ ଡିସିପି ଭାବେ ପ୍ରତୀକ ସିଂହ ଓ ସାଗରିକା ନାଥଙ୍କୁ ସୁନ୍ଦରଗଡ ଏସପି ଭାବେ ନିଯୁକ୍ତି

1,082

କନକ ବ୍ୟୁରୋ: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । କଟକ ଓ ଭୁବନେଶ୍ୱରରେ ନୂଆ ଡିସିପିଙ୍କୁ ନିଯୁକ୍ତି କରାଯାଇଛି । ଉମାଶଙ୍କର ଦାସ ହେଲେ  ଭୁବନେଶ୍ୱର ଡିସିପି । ସେହିପରି କଟକ ଡିସିପି ଭାବେ ପ୍ରତୀକ ସିଂହଙ୍କୁ ନିଯକ୍ତି ଦିଆଯାଇଛି । ସୁନ୍ଦରଗଡ ଏସପି ହେଲେ  ସାଗରିକା ନାଥ । ସେହିପରି ଟ୍ରାଫିକ ଡିସିପି ଭାବେ ସୌମ୍ୟା ମିଶ୍ରଙ୍କୁ ବଦଳି କରାଯାଇଛି ।  ଅଖିଳେଶ୍ୱର ସିଂହଙ୍କୁ ପୁରୀ ଏସପି,  ରାହୁଲ ଜୈନଙ୍କୁ ନୂଆପଡା ଏସପି ଭାବେ ନିଯୁକ୍ତି ଦିଆଯାଇଛି  ।

ବୀନିତ ଅଗ୍ରୱାଲଙ୍କୁ କନ୍ଧମାଳ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି ।  ଏମ ଅକ୍ଷୟଙ୍କୁ ସିଏମଡି ପିଓଏଚ ଆଣ୍ଡ ଡବ୍ଲ୍ୟୁୟସି, ସତ୍ୟଜିତ ମହାନ୍ତିଙ୍କୁ  ଡିଜି ଏଫସି ଆଣ୍ଡ ସିଜି, ଏଚଜି, ଲଳିତ ଦାସଙ୍କୁ  ଏଡିଜି କମ୍ୟୁନିକେସନ,ରାଧାକୃଷ୍ଣ ଶର୍ମାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ,ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜି କ୍ରାଇମବ୍ରାଂଚ, ପ୍ରବୀଣ କୁମାରଙ୍କୁ ଆଇଜି ଆଇନଶୃଙ୍ଖଳା ଭାବେ ନିଯୁକ୍ତି ଦିଆଯାଇଛି ।

Comments are closed.