କନକ ବ୍ୟୁରୋ: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । କଟକ ଓ ଭୁବନେଶ୍ୱରରେ ନୂଆ ଡିସିପିଙ୍କୁ ନିଯୁକ୍ତି କରାଯାଇଛି । ଉମାଶଙ୍କର ଦାସ ହେଲେ ଭୁବନେଶ୍ୱର ଡିସିପି । ସେହିପରି କଟକ ଡିସିପି ଭାବେ ପ୍ରତୀକ ସିଂହଙ୍କୁ ନିଯକ୍ତି ଦିଆଯାଇଛି । ସୁନ୍ଦରଗଡ ଏସପି ହେଲେ ସାଗରିକା ନାଥ । ସେହିପରି ଟ୍ରାଫିକ ଡିସିପି ଭାବେ ସୌମ୍ୟା ମିଶ୍ରଙ୍କୁ ବଦଳି କରାଯାଇଛି । ଅଖିଳେଶ୍ୱର ସିଂହଙ୍କୁ ପୁରୀ ଏସପି, ରାହୁଲ ଜୈନଙ୍କୁ ନୂଆପଡା ଏସପି ଭାବେ ନିଯୁକ୍ତି ଦିଆଯାଇଛି ।
ବୀନିତ ଅଗ୍ରୱାଲଙ୍କୁ କନ୍ଧମାଳ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ଏମ ଅକ୍ଷୟଙ୍କୁ ସିଏମଡି ପିଓଏଚ ଆଣ୍ଡ ଡବ୍ଲ୍ୟୁୟସି, ସତ୍ୟଜିତ ମହାନ୍ତିଙ୍କୁ ଡିଜି ଏଫସି ଆଣ୍ଡ ସିଜି, ଏଚଜି, ଲଳିତ ଦାସଙ୍କୁ ଏଡିଜି କମ୍ୟୁନିକେସନ,ରାଧାକୃଷ୍ଣ ଶର୍ମାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ,ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜି କ୍ରାଇମବ୍ରାଂଚ, ପ୍ରବୀଣ କୁମାରଙ୍କୁ ଆଇଜି ଆଇନଶୃଙ୍ଖଳା ଭାବେ ନିଯୁକ୍ତି ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/High-Level-Transfers-of-IPS-Officers_Thumbnail.jpg)