ଦିଲ୍ଲୀ ଏମ୍ସ ଛାଡ଼ି ଓଡ଼ିଶା ଅଭିମୁଖେ ଜଗା-ବଳିଆ । ସାଥିରେ ଅଛନ୍ତି ଦିଲ୍ଲୀ ଏମ୍ସର ୪ ଜଣିଆ ଟିମ୍, କାଲି କଟକରେ ପହଁଚି ଏସସିବିକୁ ଯିବେ ।

Advertisment
ଦିଲ୍ଲୀ ଏମ୍ସ ଛାଡ଼ି ଓଡ଼ିଶା ଅଭିମୁଖେ ଜଗା-ବଳିଆ । ସାଥିରେ ଅଛନ୍ତି ଦିଲ୍ଲୀ ଏମ୍ସର ୪ ଜଣିଆ ଟିମ୍, କାଲି କଟକରେ ପହଁଚି ଏସସିବିକୁ ଯିବେ ।

କନକ ବ୍ୟୁରୋ: ଦିଲ୍ଲୀ ଛାଡ଼ିଲେ ଜଗା-ବଳିଆ । ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଏମ୍ସର ଡାକ୍ତର । ତେବେ ଏମ୍ସ ଡାକ୍ତରଙ୍କ କହିବା ମୁତାବକ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏମ୍ସରୁ ରେଳ ଷ୍ଟେସନକୁ ଉଭୟ ଜଗା-ବଳିଆଙ୍କୁ ନିଆ ଯାଇଥିଲା । ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ-ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଆସୁଛନ୍ତି ଜଗା-ବଳିଆ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ଡାକ୍ତର । ଏବଂ କାଲି ଉଭୟଙକୁ କଟକ ଏସସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ ।

ସୂଚନାଯୋଗ୍ୟ ଜଗା-ବଳିଆଙ୍କ ସାଥିରେ ୧୧ ଜଣିଆ ଟିମ୍ ଆସୁଛନ୍ତି । ଏଥିରେ ୬ ଜଣିଆ ଡାକ୍ତର ସାମିଲ ଅଛନ୍ତି। ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଏସସିବିର ଟ୍ରମା ଆଇସିୟୁ ଓ ସର୍ଜରୀ ବିଭାଗର କ୍ୟାବିନ୍ ନମ୍ବର ୨ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍ସରେ କରାଯାଇଥିଲା । ତେବେ ଦିଲ୍ଲୀ ଏମସରୁ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ବଡ ମେଡିକାଲକୁ ଅଣାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେବା ପରେ ଏଥିପାଇଁ ଏସସିବିରେ ପ୍ରସ୍ତୁତି କରାଯାଇଥିଲା ।

ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ଜରି ବିଭାଗ, ଶିଶୁ ରୋଗ ବିଭାଗ, ନ୍ୟୁରୋଲୋଜି ବିଭାଗ, ନ୍ୟୁରୋସର୍ଜରି ବିଭାଗ, ଜରୁରିକାଳୀନ ମେଡିକାଲ ଅଫିସର, ଶିଶୁଭବନର ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ, ପେଡିଆଟ୍ରିକ୍ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଟିମ ଗଠନ କରାଯାଇଛି। ଏଥିସହ ଏମ୍ସରେ କିପରି ଜଗା-ବଳିଆଙ୍କ ଚିକିତ୍ସା ଚାଲିଛି ସେ ସଂପର୍କରେ ବିସ୍ତୃତ ଡାକ୍ତରୀ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe