କନକ ବ୍ୟୁରୋ: ଆସନ୍ତାକାଲିଠୁ ଟି ୨୦ ବିଶ୍ୱକପ ଅଭିଯାନ କରିବ ଟିମ୍ ଇଣ୍ଡିଆ । ଜୁନ୍ ପହିଲାରେ ଭାରତର ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାଂଲାଦେଶ ବିପକ୍ଷ ଖେଳିବାକୁ ଯାଉଛି । ଆଭିଯାନ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟର୍ ମାନେ ନ୍ୟୁୟର୍କରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜୁନ ୫ରେ ଭାରତ ଏହାର ପ୍ରଥମ ମ୍ୟାଚ୍ ଆର୍ୟଲ୍ୟାଣ୍ଡ ବିପକ୍ଷରେ ଖେଳିବ । ୯ ଜୁନରେ ପାକିସ୍ତାନ ବିପକ୍ଷରେ ଖେଳିବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ।