ଆପଣଙ୍କୁ ଚକିତ କରିଦେବ ଏହି ଯୁବକଙ୍କ ଲାଇଫ ଷ୍ଟାଇଲ : ମାତ୍ର ୨୦ବର୍ଷ ବୟସରେ ୨୦ ହଜାର କୋଟି ଟଙ୍କାର ମାଲିକ

203

୨୦ବର୍ଷ ବୟସରେ ସଠିକ୍ ଭାବେ କ୍ୟାରିୟର ବାଛିବା ଏତେ ସହଜ ହୋଇନଥାଏ। ତେବେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ୨୦ବର୍ଷ ବୟସରେ ୨୦ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ। ଜୟପୁରରେ ବସବାସ କରୁଥିବା ରାଜକୁମାରୀ ଦିଆ କୁମାରୀ ଓ ନରେନ୍ଦ୍ର ସିଂହଙ୍କ ପୁଅ ପଦ୍ମନାଭ ଜୟପୁରର ସବୁଠାରୁ ଯୁବ ରାଜକୁମାର। ଜେଜେ ବାପା ମାନ ସିଂହଙ୍କ ମୃତ୍ୟୁ ପରେ ପଦ୍ମାନାଭଙ୍କୁ ମାତ୍ର ୪ବର୍ଷ ବୟସରେ ରାଜା ବନାଇ ଦିଆଯାଇଥିଲା। ରାମ ନିବାସ ନାମକ ମହଲାରେ ପଦ୍ମନାଭଙ୍କ ନିଜର ଏକ ଘରୋଇ ଆପାର୍ଟମେଣ୍ଟ ରହିଛି। ଏହା ସେହି ସ୍ଥାନ ଯେଉଁଠାରେ ପଦ୍ମନାଭଙ୍କ ଜେଜେବାପା ସବାଇ ମାନ ସିଂହ ବସବାସ କରୁଥିଲେ। ଏଥିରେ ଗୋଟିଏ ବେଡରୁମ୍ ବ୍ୟତୀତ, ଡ୍ରେସିଂ ରୁମ୍, ପ୍ରାଇଭେଟ ଡାଇନିଙ୍ଗ ରୁମ୍, ପ୍ରାଇଭେଟ କିଚନ୍ ଓ ପୋଖରୀ ବି ରହିଛି।

ରାଜା ପଦ୍ମନାଭ ୨୦୧୮ ସେପ୍ଟେମ୍ବରରେ ଏକ ପ୍ରାଇଭେଟ ୟୁନିଭର୍ସିଟିରେ ଆଟର୍ସ ପାଠପଢ଼ା ପାଇଁ ରୋମ ଚାଲି ଯାଇଥିଲେ। ରାଜା ପଦ୍ମନାଭ ବିଶ୍ୱ କପ ପୋଲୋ ଟିମର ସବୁଠାରୁ ଯୁବ ଖେଳାଳି ଓ ଭାରତୀୟ ଓପନ୍ ପୋଲୋ କପରେ ସେ ସବୁଠାରୁ ଯୁବ୍ ବିଜେତା ବି ରହିଛନ୍ତି।