ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟରୁ ଆଉ ୨୩ ପଜିିଟିିଭ୍ ଚିହ୍ନଟ । ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୬ ଛୁଇଁଲା ।

105

କନକ ବ୍ୟୁରୋ: ଢେଙ୍କନାଳ ଜିଲ୍ଲା ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟରୁ ପୁଣି ଚିହ୍ନଟ ହେଲେ ସଂକ୍ରମିତ । ଗତକାଲି ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ଆଉ ୨୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଏଯାବତ ଏହି ମହାବିଦ୍ୟାଳୟରୁ ମୋଟ ୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି । କଲେଜରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ କଲେଜ ଅଧ୍ୟକ୍ଷା ଓ ମାଲିକଙ୍କ ନାଁଁରେ ଏତଲା ଦିଆଯାଇଛି । ଢେଙ୍କାନାଳ ପୌର ପରିଷଦ ପକ୍ଷରୁ ଟାଉନ୍ ଥାନାରେ ଏହି ଏତଲା ଦିଆଯାଇଛି ।

ଗତକାଲି ସାଇକ୍ରୁପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାପରେ ସଂପୃକ୍ତ ମହାବିଦ୍ୟାଳୟକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଏହାପରେ ମୋଟ୍ ୨୮୦ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୫୬ ଜଣ ଏଯାବତ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନଥିବା ସୂଚନା ରହିିିଛି । ତେବେ ଏହି ଛାତ୍ର କେମିତି ସଂକ୍ରମିତ ହେଲେ ତାହା ଏବେ ବଡ ପ୍ରଶ୍ନ । ୫୬ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଥିବାରୁ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।