ବାତ୍ୟା ‘ଗୁଲାବ’ ପାଇଁ ୨୪ଟି ଟ୍ରେନ୍‌ ବାତିଲ। ବନ୍ଦର ପାଇଁ ବିପଦ ସଂକେତ ଜାରି।

1,586

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ଦୃଷ୍ଟିରେ ରଖି ୨୪ଟି ଟ୍ରେନ୍‌ ବାତିଲ କରାଯାଇଛି । ଭାରତୀୟ ରେଳବାଇ ତରଫରୁ ଏହି ସୂଚନା ଦିଆଯାଇଛି। ସେହିପରି ବନ୍ଦର ପାଇଁ ବିପଦ ସଂକେତ ଜାରି ହୋଇଛି । ବାତ୍ୟା ଯୋଗ୍ୟୁ ବାତିଲ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା ଭୁବନେଶ୍ୱର-ବିଶାଖାପାଟନମ, ବିଶାଖାପାଟନମ-ଭୁବନେଶ୍ୱର, ଭୁବନେଶ୍ୱର-ସିକନ୍ଦରାବାଦ, ଭୁବନେଶ୍ୱର-ତିରୁପତି, ତିରୁପତି-ଭୁବନେଶ୍ୱର, ପୁରୀ-ଗୁଣପୁର, ଗୁଣପୁର-ପୁରୀ, ପୁରୀ-ମାଡ୍ରାସ, ମାଡ୍ରାସ-ପୁରୀ, ଗୁଣପୁର-ବିଶାଖାପାଟନମ୍‌, ବିଶାଖାପାଟନମ-ପୁରୀ, ଭୁବନେଶ୍ୱର-ପଲାସା, ପଲାସା-ଭୁବନେଶ୍ୱର, ବିଶାଖାପାଟନମ-ଟାଟା, ଟାଟା-ବିଶାଖାପାଟନମ, ବିଶାଖାପାଟନମ-କୋରବା, କୋରବା-ବିଶାଖାପାଟନମ, ସମ୍ବଲପୁର-ନାନ୍ଦେଡ, ନାନ୍ଦେଡ-ସମ୍ବଲପୁର, ରାୟପୁର-ବିଶାଖାପାଟନମ୍‌, ବିଶାଖାପାଟନମ-ରାୟପୁର, ବିଶାଖପାଟନମ-ରାୟଗଡ଼ା, ରାୟଗଡ଼ା-ବିଶାଖାପାଟନମ ଓ ରାୟଗଡ଼ା-ଗୁଣ୍ଟୁର ଟ୍ରେନ୍‌ ବାତିଲ ହୋଇଛି। ଅନ୍ୟପଟେ ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୪ ନମ୍ବର ବିପଦ ସଂକେତ ଓ ପାରାଦୀପ ଏବଂ ଧାମରା ପାଇଁ ୩ ନମ୍ବର ବିପଦ ସଂକେତ ଜାରି ହୋଇଛି।