କନକ ବ୍ୟୁରୋ : ନିର୍ବାଚନ ବେଳେ ଟଙ୍କା ବଣ୍ଟାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ମୁଖପାତ୍ର ସୁଲତା ଦେଓ ମୁହାଁମୁହିଁ । କେନ୍ଦୁଝରରେ ଟଙ୍କା ବଣ୍ଟା ଯାଉଥିବା ନେଇ ଏକ ଟ୍ୱିଟକୁ ରିଟ୍ୱିଟ୍ କରିଥିଲେ ଅପରାଜିତା । ବିଜେଡି ନେତା ଟଙ୍କା ବାଣ୍ଟୁଥିବା ନେଇ ସେ ଅଭିଯୋଗ କରିଥିଲେ । ଟଙ୍କା ନଦେଲେ ଦଳ ଜିତି ପାରିବନାହିଁ କି ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଥିଲେ । ସ୍ଥାନ ନେଇ ଭୋଟର ମୂଲ୍ୟ ପରିବର୍ତନ ହେଉଥିବା ଅଭିଯୋଗ କରିବା ସହ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।
ଏହା ପରେ ଅପରାଜିତାକୁ ଟ୍ୱିଟ୍ କରି ଟାର୍ଗେଟ୍ କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । କହିଲେ, ସାଢ଼େ ଚାରିକୋଟି ଓଡିଆଙ୍କୁ କରନ୍ତୁ ନାହିଁ ଅପମାନିତ । ଓଡିଆମାନଙ୍କର ରହିଛି ଆତ୍ମସମ୍ମାନ ଓ ସ୍ୱାଭିମାନ । ଭୁବନେଶ୍ୱର ମେୟର ଆସନ ପରାଜୟ ଆଶଙ୍କାରେ କେନ୍ଦ୍ରୀୟ ନେତାଙ୍କ ସମ୍ମୁଖରେ ନିଜ ମୁହଁ ବଞ୍ଚାଇବା ପାଇଁ, ଦେଉଛନ୍ତି ଏଭଳି ବୟାନ ।