ଅଧା ଦାମରେ ମିଳୁଛି ଟିଭି, ଫ୍ରିଜ ଓ ୱାସିଂ ମେସିନ । ଲାପଟପ ଓ ଏସି ଉପରେ ମିଳୁଛି ୪୦ ପ୍ରତିଶତ ରିହାତି, ରୋଷେଇ ଉପକରଣ ଉପରେ ବି ମିଳୁଛି ୫୦ ପ୍ରତିଶତ ରିହାତି…ଡେରି ନକରି ତୁରନ୍ତ ଅର୍ଡର କରନ୍ତୁ ଆପଣଙ୍କ ମନପସନ୍ଦର ସାମଗ୍ରୀ

15,182

କନକ ବ୍ୟୁରୋ : ଅଧା ଦାମରେ ମିଳିବ ଟିଭି, ଫ୍ରିଜ ଓ ୱାସିଂମେସିନ । ଆଜ୍ଞା ହଁ ବିଶ୍ୱାସ ହେଉନଥିଲେ ବି ସତ । କେବଳ ଏତିକି ନୁହେଁ ଅନେକ ଘରକରଣା ସାମଗ୍ରୀ ଏବେ ଅଧା ଦାମରେ ମିଳିବ । ତେବେ ଆଦୌ ବିଳମ୍ବ ନକରି ଯଥାଶୀଘ୍ର ଅର୍ଡର କରିନିଅନ୍ତୁ ଆପଣଙ୍କ ମନପସନ୍ଦ ଜିନିଷ । ଅର୍ଡର କରିବାର କିଛି ଦିନ ମଧ୍ୟରେ ହିଁ ଆପଣଙ୍କ ଘରେ ପହଂଚିବ ଆପଣଙ୍କ ମନପସନ୍ଦ ଜିନିଷ ।

ଅଧା ଦାମରେ ମିଳୁଛି ଟିଭି, ଫ୍ରିଜ ଓ ୱାସିଂ ମେସିନ
ଲାପଟପ ଓ ଏସି ଉପରେ ୪୦ ପ୍ରତିଶତ ରିହାତି

ଆମାଜନର ବମ୍ପର ଅଫର୍
ଅଧା ଦାମରେ ପାଇବେ ଘରକରଣା ସାମଗ୍ରୀ

ଆମାଜନ ଦେଉଛି ବମ୍ପର ଅଫର । ସେପ୍ଟେମ୍ବର ୧ ତାରିଖରୁ କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଯାଇଛି ୱାୱ ସାଲେରୀ ଡେଜ୍ । ଟିଭି, ଫ୍ରୀଜ ଓ ୱାସିଂମେସିନ ଭଳି ଅନେକ ଜିନିଷ ଅଧା ଦାମରେ ଗ୍ରାହକଙ୍କୁ ଦେଉଛି କମ୍ପାନୀ । ରିହାତି ଦରରେ ଗ୍ରାହକଙ୍କୁ ଦେଉଛି ଅନେକ ସାମଗ୍ରୀ । ତେବେ ଆମାଜନ ଏହି ବମ୍ପର ଅଫର କେବଳ ୩ ଦିନ ପାଇଁ ଘୋଷଣା କରିଛି । ଏହାରି ମଧ୍ୟରେ ୧ ତାରିଖରୁ କଂମ୍ପାନୀ ଏହି ସେଲ ଆରମ୍ଭ କରିଦେଇଛି । କିନ୍ତୁ ଆଜି ତାହାର ଶେଷ ଦିନ ରହିଛି । ତେଣୁ ଜମା ବି ଡେରି ନକରି ତୁରନ୍ତ ଆମାଜନରୁ ସାମଗ୍ରୀ କିଣିନିଅନ୍ତୁ । କେବଳ ଏତିକି ନୁହେଁ ଟିଭି ଓ ଫ୍ରୀଜ ଭଳି ଅନେକ ଜିନିଷରେ ରିହାତି ବ୍ୟବସ୍ଥା ରହିଛି । ଏହା ସହ ସେଲ ସମୟରେ ଗ୍ରାହକଙ୍କ ପାଇଁ ଏକ୍ସଚେଂଜ ଅଫର ମଧ୍ୟ ଦିଆଯାଇଛି ।

୩୫ ପ୍ରତିଶତ ରିହାତି ଦେଉଛନ୍ତି ଏଲଜି ଓ ସାମସଙ୍ଗ କମ୍ପାନୀ

ଟିଭି, ଫ୍ରୀଜ ଓ ୱାସିଂ ମେସିନ ଉପରେ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଏଲଜି, ସାମସଙ୍ଗ କମ୍ପାନୀ ପରି ବ୍ରାଣ୍ଡ୍ କମ୍ପାନୀ ୩୫ ପ୍ରତିଶତ ରିହାତି ଦେଉଛନ୍ତି । ଠିକ ସେହିପରି ଭାବରେ ଟିଭିରେ ମଧ୍ୟ ୩୫ ପ୍ରତିଶତ ରିହାତି ଦିଆଯାଇଛି । ଆଗଧାଡିର କମ୍ପାନୀ ମାନେ ଏସିରେ ମଧ୍ୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛନ୍ତିି । ଆପଣମାନେ ବି ଏସି କିଣିଲେ ୪୦ ପ୍ରତିଶତ ରିହାତି ପାଇବେ ।

ରୋଷେଇ ଉପକରଣରେ ୫୦ ପ୍ରତିଶତ ରିହାତି

ୱାୱା ସାଲେରୀ ଡେଜରେ ଲାପଟପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଥିବା ବେଳେ କମିଟର ସହ ଜଡିତ ଡିଭାଇସ ଅନେକ ସଙ୍ଗୀତ ସରଂଜାମ ଉପରେ ୫୦ ପ୍ରତିଶତ ରିହାତି ମିଳୁଛି । ରୋଷେଇ ଉପକରଣ ଉପରେ ବି ୫୦ ପ୍ରତିଶତ ରିହାତି ଦେଉଛି କମ୍ପାନୀ । ଗ୍ରାଇଣ୍ଡର, ଗିଜର ପରି ଉପକରଣ ଏହି ବମ୍ପର ଅଫରରେ ପାଇପାରିବେ । ୱାଟର ପିୟୁରି ଫାଏର ପ୍ରାରମ୍ଭିକ ମୂଲ୍ୟ ୮୯୯୯ ଟଙ୍କା ଥିବା ବେଳେ ଗିଜରରେ ୪୦ ପ୍ରତିଶତ ରିହାତି ମିଳୁଛି । ସୋନି ଭଳି କମ୍ପାନୀର ସ୍ପିକରରେ ୯ ମାସ ନୋ କଷ୍ଟ ଇଏମଆଇ ବିକଳ୍ପ ରହିଛି ।

ବ୍ୟାଙ୍କ ଅଫ୍ ବରୋଦା ଦେବ ୧୦ ପ୍ରତିଶତ ଅଧିକ ରିହାତି

କମ୍ପାନୀ ପକ୍ଷରୁ ମିଳିଥିବା ଏହି ବମ୍ପର ଅଫରର ଫାଇଦା ନେବା ପାଇଁ ଗ୍ରାହକମାନେ ଯଦି ବ୍ୟାଙ୍କ ଅଫ୍ ବରୋଦାର ଡେବିଟ କିମ୍ବା କ୍ରେଡିର୍ଟ କାର୍ଡରେ କିଣୁଛନ୍ତି ତେବେ ସର୍ବନିମ୍ନ ୭ ହଜାର ୫ ଶହ ଟଙ୍କା ଟ୍ରାନଜାକାସନ ରେ ଅତିରିକ୍ତ ୧୦ ପ୍ରତିଶତ ରିହାତି ମିଳିପାରିବ । ତେବେ କରୋନା ସମୟରେ ଆମାଜନ ପକ୍ଷରୁ ଏପରି ଭାବରେ ବମ୍ପର ଅଫର ଦିଆଯାଉଥିବାରୁ ଗ୍ରାହକମାନେ ମଧ୍ୟ ବେସ ଆଗ୍ରହ ପ୍ରକାଶ କରୁଛନ୍ତି ଘରକରଣଆ ଜିନିଷ କିଣିବାକୁ । କିଣିବେ ନାହିଁ ବା କାହିଁକି ? ବଜାରରେ ମିଳୁଥିବା ସାମଗ୍ରୀରେ ସାଧାରଣତଃ ଏତେ ମାତ୍ରାରେ ଅଫର ମିଳେ ନାହିଁ କିନ୍ତୁ କମ୍ପାନୀ ଏପରି ଅଫର ଦେଉଥିବାରୁ ଗ୍ରାହକ ବେଶ ଖୁସି ଅଛନ୍ତି ।