RTR୧୬୦ ର ରେସ ଏଡିସନ୍ ଲଞ୍ଚ କରିବା ପରେ ଏବେ TVS Apache RTR 180 ର ମଧ୍ୟ ରେସ ଏଡିସନ୍ ଲଞ୍ଚ କରିଛି । ଏହି ବାଇକର ମୂଲ୍ୟ କମ୍ପାନୀ ୮୩,୨୨୩ ଟଙ୍କା ରଖିଛି । ଗ୍ରାହକମାନଙ୍କୁ ଏହି ନୂଆ ବାଇକ ଧଳା ରଙ୍ଗରେ ଉପଲବ୍ଧ ହେବ ।
ଏହି ନୂଆ ବାଇକଟିରେ ରେସିଙ୍ଗ ଷ୍ଟାଇଲ ଭଳି ଗ୍ରାଫିକ୍ସ ଦିଆଯାଇଛି । ଏହା ସହ ଫ୍ରଣ୍ଟ ଏବଂ ବ୍ୟାକରେ ଷ୍ଟାଣ୍ଡାର୍ଡସ୍ ଡିସ୍ ବ୍ରେକ୍ ରହିଛି । ଏହା ଛଡା ଅନ୍ୟ ଫିଚର୍ସ ମାମଲାରେ ମଧ୍ୟ ବାଇକକୁ ଅପଡେଟ କରାଯାଇଛି । ଏହି ନୂଆ ଫିଚର୍ସରେ ତେଲ ଟାଙ୍କିରେ ୩ଡି ଟିଭିଏସ ଲୋଗୋ ଲଗାଯାଇଛି ଏବଂ ରିମ ଗୁଡିକରେ ଟିଭିଏସ ଷ୍ଟିକର୍ସ ଲଗାଯାଇଛି । ଇନଷ୍ଟ୍ରୁମେଣ୍ଟ ଡିସପ୍ଲେ ରେ ଏକ ନୀଳ ରଙ୍ଗର ବେକଲିଟ ଡିସପ୍ଲେ ସହ ଏକ ଡିଜିଟାଲ ଡ୍ୟାସବୋର୍ଡ ମଧ୍ୟ ଦିଆଯାଇଛି ।
ଇଞ୍ଜିନ ଉପରେ ଯଦି ନଜର ପକାଇବା ତେବେ TVS APACHE RTR 180ରେ ୧୭୭.୪ସିସି ସିଙ୍ଗିଲ ସିଲିଣ୍ଡର ଇଞ୍ଜିନ ଦିଆଯାଇଛି ଯାହାକି ୮,୫୦୦ଆରପିଏମରେ ୧୬.୪ ବିଏଚପି ପାୱାର ଏବଂ ୬,୫୦୦ ଆରପିଏମରେ ୧୫.୫ NM ଟର୍କ ଜେନରେଟ୍ କରିଥାଏ । କମ୍ପାନୀର କହିବା ଅନୁଯାୟୀ, ଏହି ବାଇକ ୫ ସେକେଣ୍ଡରେ ୦-୬୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ପହଞ୍ଚିଯିବ । ତେବେ ଭାରତରେ ଟିଭିଏସର ଏହି ଆପାଚି ଆରଟିଆର ୧୮୦ ରେସ ଏଡିସନର ମୁକାବିଲା ବାଜାଜ Pulsar 180 ସହ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/tvs-apache-rtr-180.jpg)
/kanak/media/post_attachments/wp-content/uploads/2018/05/1_578_872_0_70_http___cdni.autocarindia.com_ExtraImages_20180509044236_TVS-Apache-RTR-180-2-300x199.jpg)