ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା : ଅଭିନେତା ବିଜୟ କହିଲେ, ଦେଶରେ ନିଟ୍ ପରୀକ୍ଷାର ନାହିଁ ଆବଶ୍ୟକତା

282

କନକ ବ୍ୟୁରୋ : ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ର ପ୍ରଶ୍ନପତ୍ର ଲିକକୁ ନେଇ ସାରା ଦେଶର ରାଜନୀତି ଏବେ ସରଗରମ ହୋଇଛି । ସଡକରୁ ସଂସଦ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ଅଭିନେତା ବିଜୟ ସରକାରଙ୍କୁ କାଠଗଡାରେ ଠିଆ କରାଯାଇଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ମୁତାବକ ସେ ତାଙ୍କ ରାଜନୈତିକ ପାର୍ଟିର ଏକ କାର୍ଯ୍ୟକ୍ରମରେ କହିଛନ୍ତି କି, ଛାତ୍ର ଛାତ୍ରୀମାନଙ୍କର ଏବେ ନିଟ୍ ପରୀକ୍ଷା ଉପରେ ଭରସା ତୁଟି ଯାଇଛି । ଦେଶରେ ନିଟ୍ ପରୀକ୍ଷାର କୌଣସି ଆବଶ୍ୟକତା ନାହିଁ । ଏହାସହ ତାମିଲନାଡୁ ବିଧାନସଭରେ ନିଟ୍ ପରୀକ୍ଷା ବିରୋଧରେ ପାରିତ ହୋଇଥିବା ବିଧେୟକକୁ ସେ ସ୍ୱାଗତ କରିଛନ୍ତି । ଏହାସହ ତାମିଲନାଡୁ ସରକାରଙ୍କ ନିଷ୍ପତ୍ତିକୁ କେନ୍ଦ୍ର ସରକାର ସମ୍ମାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।