ଟଳିଲା ବୋମା ଆତଙ୍କ : ମାଲକାନଗିରି ମାଥିଲି ଥାନା ଉଦୁଲିବେଡା ଜାତୀୟ ରାଜପଥ କଡରେ ଟିଭି ଭିତରେ ଥିବା ବୋମାକୁ ନିଷ୍କ୍ରିୟ କଲା ବୋମା ନିଷ୍କ୍ରିକାରୀ ଦଳ

Advertisment
ଟଳିଲା ବୋମା ଆତଙ୍କ : ମାଲକାନଗିରି ମାଥିଲି ଥାନା ଉଦୁଲିବେଡା ଜାତୀୟ ରାଜପଥ କଡରେ ଟିଭି ଭିତରେ ଥିବା ବୋମାକୁ ନିଷ୍କ୍ରିୟ କଲା ବୋମା ନିଷ୍କ୍ରିକାରୀ ଦଳ

କନକ ବ୍ୟୁରୋ : ମାଲକାନଗିରି ମୁଖ୍ୟ ରାସ୍ତାରେ ବୋମା ଆତଙ୍କ । ସନ୍ଦିଗ୍ଧ ଅବସ୍ଥାରେ ରାସ୍ତା କଡରେ ରହିଥିଲା ଟିଭି ସେଟ । ବୋମା ଥିବା ସନ୍ଦେହ କରି ବିଏସଏଫ ତନାଘନା ଆରମ୍ଭ କରଥିଲା । ମାଥିଲି ଥାନା ଉଦୁଲିବେଡା ଜାତୀୟ ରାଜପଥ କଡରେ ଏକ ଗଛମୂଳେ ଟିଭିଟି ରଖାଯାଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳକୁ ବୋମା ନିଷ୍କିୟକାରୀ ଦଳ ଯାଇ ନିଷ୍କ୍ରିୟ କଲେ ବୋମା । କୋରାପୁଟ ଦଣ୍ଡାବାଡିରେ ସନ୍ଦିଗ୍ଧ ବ୍ୟାଗ ବିସ୍ଫୋରଣ ହୋଇଥିଲା । ତେଣୁ ଏହି ଘଟଣାକୁ ବିଏସଏଫ ଯବାନ ଅତି ଗୁରୁତର ସହ ନେଇଥିଲେ ।

publive-image

ସୂଚନଯୋଗ୍ୟ, ଉଦୁଲିବେଡା ଜାତୀୟ ରାଜପଥ କଡରେ ଏକ ଗଛମୂଳେ ଟିଭିଟି ଥୁଆଯାଇଥିବା ଦେଖିବାକୁ ମିଳିଥିଲା । ଟିଭିରେ ବୋମା ଥିବା ଗୁଜବ ମାତିଥିଲା । କିଛି ଦିନ ତଳେ କୋରାପୁଟ ଦଣ୍ଡାବାଡିରେ ସନ୍ଦିଗ୍ଧ ବ୍ୟାଗ ବିସ୍ଫୋରଣ ହେବା ପରେ ଏହି ଘଟଣାକୁ ଗୁରୁତର ସହ ନିଆଯାଇଥିଲା ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe