କନକ ବ୍ୟୁରୋ : ମାଲକାନଗିରି ମୁଖ୍ୟ ରାସ୍ତାରେ ବୋମା ଆତଙ୍କ । ସନ୍ଦିଗ୍ଧ ଅବସ୍ଥାରେ ରାସ୍ତା କଡରେ ରହିଥିଲା ଟିଭି ସେଟ । ବୋମା ଥିବା ସନ୍ଦେହ କରି ବିଏସଏଫ ତନାଘନା ଆରମ୍ଭ କରଥିଲା । ମାଥିଲି ଥାନା ଉଦୁଲିବେଡା ଜାତୀୟ ରାଜପଥ କଡରେ ଏକ ଗଛମୂଳେ ଟିଭିଟି ରଖାଯାଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳକୁ ବୋମା ନିଷ୍କିୟକାରୀ ଦଳ ଯାଇ ନିଷ୍କ୍ରିୟ କଲେ ବୋମା । କୋରାପୁଟ ଦଣ୍ଡାବାଡିରେ ସନ୍ଦିଗ୍ଧ ବ୍ୟାଗ ବିସ୍ଫୋରଣ ହୋଇଥିଲା । ତେଣୁ ଏହି ଘଟଣାକୁ ବିଏସଏଫ ଯବାନ ଅତି ଗୁରୁତର ସହ ନେଇଥିଲେ ।
ସୂଚନଯୋଗ୍ୟ, ଉଦୁଲିବେଡା ଜାତୀୟ ରାଜପଥ କଡରେ ଏକ ଗଛମୂଳେ ଟିଭିଟି ଥୁଆଯାଇଥିବା ଦେଖିବାକୁ ମିଳିଥିଲା । ଟିଭିରେ ବୋମା ଥିବା ଗୁଜବ ମାତିଥିଲା । କିଛି ଦିନ ତଳେ କୋରାପୁଟ ଦଣ୍ଡାବାଡିରେ ସନ୍ଦିଗ୍ଧ ବ୍ୟାଗ ବିସ୍ଫୋରଣ ହେବା ପରେ ଏହି ଘଟଣାକୁ ଗୁରୁତର ସହ ନିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-08-12h08m02s048-1.png)
/kanak/media/post_attachments/wp-content/uploads/2018/05/Screen-shot-2018-05-08-at-12.12.48-PM-300x163.png)
/kanak/media/post_attachments/wp-content/uploads/2018/05/Screen-shot-2018-05-08-at-12.11.58-PM-300x163.png)