କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭାକୁ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଆକ୍ସନମୋଡକୁ ଆସିଥିବା ବେଳେ ଏବେ ତୃତୀୟ ରାଜନୈତିକ ପାର୍ଟି ଭାବେ ଆମ୍ ଆଦମୀ ପାର୍ଟି ମଧ୍ୟ ନିର୍ବାଚନକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଦାମୋହରେ ରହୁଥିବା ଅଭିନେତ୍ରୀ ଚାହତ ପାଣ୍ଡେ ଆଜି ଦିଲ୍ଲୀସ୍ଥିତ ଆପ୍ କାର୍ଯ୍ୟାଳୟରେ ପହଂଚି ଦଳରେ ଯୋଗ ଦେଇଛନ୍ତି । ଦଳର ରାଷ୍ଟ୍ରୀୟ ମହାସଚିବ ସନ୍ଦୀପ ପାଠକଙ୍କ ଉପସ୍ଥିତିରେ ସେ ଆପରେ ସାମିଲ ହୋଇଛନ୍ତି ।

Advertisment

ଚାହତ ପାଣ୍ଡେ ଟେଲିଭିଜନ ଦୁନିଆରେ ଜଣେ ଜଣାଶୁଣା ଅଭିନେତ୍ରୀ । ସେ ଅନେକ ଟିଭି ସିରିଏଲରେ ମୁଖ୍ୟ ଚରିତ୍ର ଭୂମିକାରେ ଅଭିନୟ କରିଛନ୍ତି । ଏହାସହ ଅନେକ ସିରିଏଲରେ ମଧ୍ୟ ସହଯୋଗୀ କଳାକାର ଭାବେ ଅଭିନୟ କରିଛନ୍ତି ।

ମଧ୍ୟପ୍ରଦେଶର ସମସ୍ତ ବିଧାନସଭା ଆସନରେ ଆପ ପକ୍ଷରୁ ପ୍ରାର୍ଥୀ ଦିଆଯିବା ନେଇ ଦଳର ମୁଖ୍ୟ ତଥା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିସାରିଛନ୍ତି ।