ଡ୍ୟାନ୍ସ ରିୟାଲିଟି ଶୋ’ “ଡ୍ୟାନ୍ସ ଦିୱାନେ ୨” ରେ ପ୍ରତିଯୋଗୀଙ୍କ ମଧ୍ୟରେ ଡ୍ୟାନ୍ସର ଜବରଦସ୍ତ ଟକ୍କର ଦେଖିବାକୁ ମିଳିଥିଲା । ଶନିବାର ରାତି ଏହି ଶୋ’ରେ ଫାଇନାଲର ରାତି ଥିଲା । ଶୋ’ ଶେଷରେ ବିଜେତା ନାଁ ଘୋଷଣା ହୋଇଯାଇଛି । ତେବେ ଶୋ’ ଜିତିଥିବା ବିଶାଲ୍ ଶୋନକାର୍ ଖାଲି ଶୋ’ ଜିତିନାହାନ୍ତି ନିଜ ଚମତ୍କାର ଡ୍ୟାନ୍ସରେ ସେ ଦର୍ଶକଙ୍କ ହୃଦୟ ମଧ୍ୟ ଜିଣି ନେଇଛନ୍ତି । ଲୋକଙ୍କ ଘରକୁ ଯାଇ ଖାଦ୍ୟ ଡେଲିଭରି କରୁଥିବା ବିଶାଲ୍ ଶୋନକାର୍ ଏହି ଶୋ’ ଜିତି ପରିବାର ପାଇଁ ସୁନାମ ଆଣି ଦେଇଛନ୍ତି । ନିଜ ଅସୁସ୍ଥ ମା’ଙ୍କ ଚିକିତ୍ସା ପାଇଁ ବିଶାଲ୍ ଏହି ଶୋ’ରେ ଯୋଗ ଦେଇଥିଲେ । ବିଶାଲଙ୍କ ମା’ ଅର୍ଥରାଇଟିସ୍ ରୋଗରେ ପୀଡିତ ଅଛନ୍ତି ଏବଂ ଠିକରେ ଚଲାବୁଲା କରିପାରୁନାହାନ୍ତି । ମା’ଙ୍କ ଚିକିତ୍ସାରେ ଅର୍ଥବାଧକ ସାଜିଥିବାରୁ ବିଶାଲ୍ ଶୋ’ରେ ଭାଗ ନେଇଥିଲେ ।ଏଭଳି ସମୟରେ ଯେତେବେଳେ ବିଶାଲ୍ ଙ୍କ ନାଁ ବିଜେତା ରୂପେ ଘୋଷଣା କରାଗଲା ଉପସ୍ଥିତ ଥିବା ଦର୍ଶକଙ୍କ ସମେତ ଜଜ୍ ମାନେ ବି ଭାବୁକ ହୋଇଯାଇଥିଲେ ।
ଏହି ଶୋ’ରେ ଡ୍ୟାନ୍ସରଙ୍କ ୩ ଟି ପିଢି ନୃତ୍ୟ ପ୍ରଦର୍ଶନ କରୁଥିଲେ ଏବଂ ବିଶାଲ୍ ଏଥିରେ ଦ୍ୱିତୀୟ ପିଢିର ଡ୍ୟାନ୍ସର୍ ଥିଲେ । ଶୋ’ ପ୍ରାରମ୍ଭରୁ ବିଶାଲ୍ ଙ୍କ ଆର୍ଥୀକ ସ୍ଥିତିକୁ ଦେଖି ଜଜ୍ ଶଶାଙ୍କ୍ ଖେତାନ୍ ତାଙ୍କୁ ସାହାଯ୍ୟର ହାତ ମଧ୍ୟ ବଢାଇଥିଲେ । ଶୋ’ର ଜଜ୍ ରୂପେ ଅଭିନେତ୍ରୀ ମାଧୁରୀ ଦିକ୍ଷିତ୍ , ନିର୍ଦ୍ଧେଶକ ଶଶାଙ୍କ୍ ଖେତାନ୍ ଏବଂ କୋରିଓଗ୍ରାଫର୍ ତୁଷାର କାଲିୟା ଥିଲେ । ଗ୍ରାଣ୍ଡ ଫିଲାନେରେ ଅତିଥି ରୂପେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/AAI0gd9.jpg)
/kanak/media/post_attachments/wp-content/uploads/2019/09/images-9-2-300x200.jpg)