କନକ ବ୍ୟୁରୋ: ଜେଲ୍ ଗଲେ ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାରେ ଗିରଫ ହେବା ପରେ ଏବେ ଜେଲ୍ ଯାଇଛନ୍ତି ଟୁଟୁ ନାୟକ । ତେବେ ଟୁଟୁ ନାୟକଙ୍କ ଜାମିନ୍ ଆବେଦନ ନେଇ ଶୁଣାଣି ହୋଇଛି ଏବଂ ଆସନ୍ତା ୬ ତାରିଖରେ ପୁନଃ ଶୁଣାଣି ପାଇଁ ଦିନ ମଧ୍ୟ ଧାର୍ଯ୍ୟ ହେଇଛି । ଏହାପରେ ଟୁଟୁ ନାୟକଙ୍କୁ ୧୪ ଦିିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଟୁଟୁ ନାୟକ ।

Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, ଶୁକ୍ରବାର ପ୍ରଥା ଫିଲ୍ମର ପ୍ରିମିୟର ସମୟରେ ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଜଣେ ମହିଳା ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୋଗ ହେଇଥିଲା । ଏନେଇ ମହିଳା ସାମ୍ବାଦିକା ଜଣକ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଅଭିଯୋଗ ପରେ ଥାନାରେ ହାଜର ହୋଇଥିଲେ ପ୍ରଯୋଜକ ଟୁଟୁ ନାୟକ । ଏହାପରେ ଥାନାରେ ତାଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି ।