ହାତୀ ନେଲା ଦୁଇ ଜୀବନ । ଘର ଅଗଣାରେ ବସିଥିବାବେଳେ ଦଳିଦେଲା ଦନ୍ତା । ଘଟଣାସ୍ଥଳରେ ୨ ସମ୍ପର୍କୀୟଙ୍କ ମୃତ୍ୟୁ ।

ହାତୀ ନେଲା ଦୁଇ ଜୀବନ । ଘର ଅଗଣାରେ ବସିଥିବାବେଳେ ଦଳିଦେଲା ଦନ୍ତା । ଘଟଣାସ୍ଥଳରେ ୨ ସମ୍ପର୍କୀୟଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ହାତୀ ନେଲା ଦୁଇ ଜୀବନ । ହାତୀ ଦଳି ଦେବାରୁ ପିଉସି ଓ ଝିଆରୀଙ୍କ ମୃତ୍ୟୁ ହୋଇଛି । ଦେଓଗଡ ଲଇମୁରା ଥାନା ଅନ୍ତର୍ଗତ ଟିପିରସିଂହା ଗାଁ ଏଭଳି ଅଘଟଣ ଘଟିଛି । ଶୀତ ପାଇଁ ପିଉସି ଓ ଝିଆରୀ ଘର ଅଗଣାରେ ନିଆଁ ଜାଳି ବସିଥିବା ବେଳେ ହଠାତ୍ ହାତୀ ଆକ୍ରମଣ କରିଥିଲା । ସେମାନେ କୁଆଡେ ଯିବେ ଭାବିବା ପୂର୍ବରୁ ହାତୀ ସେମାନଙ୍କୁ ଦଳି ଦେଇଥିଲା । ଘଟଣା ସ୍ଥଳରେ ୫୦ ବର୍ଷିୟ ପିଉସି ସୁରୁବାଲି କିସାନ ଏବଂ ୩୬ ବର୍ଷିୟ ଝିଆରି ଖଇରି କିସାନଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ହାତୀ ଭୟରେ ଲୋକେ ଏବେ ଘରୁ ବାହାରିବାକୁ ଡରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe