ହାତୀ ନେଲା ଜୀବନ । ଗାଧୋଇବାକୁ ନଦୀକୁ ଯାଇଥିବାବେଳେ ଦଳିଦେଲା ଦନ୍ତା ।

267

କନକ ବ୍ୟୁରୋ: ହାତୀ ନେଲା ଜୀବନ । ଶୌଚ ପାଇଁ ନଦୀକୁ ଯାଉଥିବା ବେଳେ ଦଳିଦେଲା ଦନ୍ତା । ଯାଜପୁର କୋରାଇ ବ୍ଲକ ତଣ୍ଡରା ଗାଁରେ ବଣୁଆ ହାତୀ ଆତଙ୍କ । ଆଜି ସକାଳେ ଉପେନ୍ଦ୍ର କର ନାମକ ବ୍ୟକ୍ତି ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ଦଳି ଦେଇଛି ହାତୀ । ହାତୀ ଆକ୍ରମଣରେ ଉପେନ୍ଦ୍ରଙ୍କ ମୃତ୍ୟୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘରୁ ବାହାରିବାକୁ ଭୟ କରୁଛନ୍ତି । ଗାଁରେ ବନଅଧିକାରୀ ପହଂଚି ହାତୀ ଉପରେ ନଜର ରଖିଛନ୍ତି ।