କନକ ବ୍ୟୁରୋ: ଗାଁରେ ପଶି ଆତଙ୍କ ଖେଳାଇଛି ହାତୀ । ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛି । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଂଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରେ ହାତୀ ଆତଙ୍କ ଖେଳାଇଛି । ଗାଁରେ ଘରେ ଘରେ ଲୋକେ ଭୟଭୀତ ହୋଇପଡିଥିବା ବେଳେ ତାଟି କବାଟ ପଡିଛି । ହାତୀ ଘରଦ୍ୱାର ଭାଙ୍ଗିଥିବା ବେଳେ ଲୋକଙ୍କୁ ଆକ୍ରମଣ ମଧ୍ୟ କରିଛି । ହାତୀ ଆକ୍ରମଣ କରି ଘର ଭାଙ୍ଗୁଥିବା ବେଳେ ଜଣେ ବୃଦ୍ଧା ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ହାତୀ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଥିବା ବେଳ ଲୋକଙ୍କ ସୁରକ୍ଷା ଦାବି ହୋଇଛି ।

କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଁରା ଗାଁରେ ବି ପଶିଛି ଗୋଠଛଡା ଦନ୍ତା ହାତୀ । ଆଜି ଗୁରୁବାର ସକାଳୁ ସକାଳୁ ହଦଗଡ ହସ୍ତୀ ଅଭୟାରଣ୍ୟରୁ ଏକ ହାତୀ ମୁଦୁଲିପଡା, କଳିଗାଁ ଦେଇ ଅଁରା ଗାଁରେ ପହଂଚିଛି । ଦିନ ଦିପହରରେ ହାତୀ ପଶି ବୁଲୁଥିବାର ଦୃଶ୍ୟ ସମାନାକୁ ଆସିଛି । ଖାଦ୍ୟ ପାଇଁ ହାତୀ ଜଙ୍ଗଲରୁ ଆସି ଗାଁରେ ପଶିଛି । ଗାଁ ଦାଣ୍ଡରେ ହାତୀ ଘୁରିବୁୁଥିବା ବେଳେ ଘଷର ଘଷର ବଡିଲାଣି ତାଟି କବାଟ । ଲୋକେ ଭୟଭୀତ ହୋଇ ଘରୁ ବାହାରୁନାହାନ୍ତି । ଅମଳ ଫସଲ ମଧ୍ୟ ନଷ୍ଟ କରିବାରେ ଲାଗିଛି ହାତୀ । ଅମଳ ଫସଲ ନଷ୍ଟ ହେଉଥିବାରୁ ଗାଁର ଲୋକମାନେ ମିଶି ହାତୀକୁ ଘଉଡାଇବାରେ ଲାଗିଛନ୍ତି । ସେପଟେ ଖବର ପାଇ ହଡଗଡ ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ହାତୀ ଘଉଡାଇବାକୁ ଚେଷ୍ଟ।। କରୁଛନ୍ତି । ଗାଁରେ ହାତୀ ପଶି ଯାଉନଥିବାରୁ ଗାଁର ଲୋକମାନେ ଆତଙ୍କିତ ହେଇପଡିଛନ୍ତି ।