କନକ ବ୍ୟୁରୋ: ହାତୀ ଘଉଡ଼ାଇବା ହେଲା କାଳ। ଝାରସୁଗୁଡ଼ା ଭାଳୁପତ୍ରା ଗାଁରେ ଯୁବକଙ୍କୁ ଦଳିଦେଲା ହାତୀ। ଦନ୍ତା ହାତୀ ଆକ୍ରମଣରେ ଫକିର କିସାନଙ୍କ ମୃତ୍ୟୁ ହୋଇଛି। ହାତୀ ଆକ୍ରମଣରେ ଗୁରୁତର ହେବା ପରେ ଫକିରଙ୍କୁ କିର୍ମିରା ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସକାଳୁ ସକାଳୁ ଘଟିଛି ଏଭଳି ଦୁର୍ଘଟଣା।
ଗୋଟିଏ ଦନ୍ତା ହାତୀ ବିଭିନ୍ନ ଗାଁରେ ପଶି ଫସଲ ନଷ୍ଟ କରୁଥିବା ବେଳେ ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ। ବନବିଭାଗ ଓ ଗ୍ରାମବାସୀଙ୍କ ପକ୍ଷରୁ ମିଳିତ ଭାବେ ହାତୀ ଘଉଡ଼ାଇବାକୁ ଚେଷ୍ଟା ଚାଲିଥିବା ବେଳେ ଫକିରଙ୍କୁ ଦଳିଦେଇଛନ୍ତି ହାତୀ। ବାରମ୍ବାର ହାତୀ ଜନବସତିକୁ ପଶି ଆସୁଥିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।