କେମିତି କୂଳକୁ ଆସିବ ଦନ୍ତା ? ବିଶେଷଜ୍ଞଙ୍କ ମତ, ପାଣିର ସ୍ରୋତ କମାଇଲେ ଉଦ୍ଧାର ସମ୍ଭବ

ଅନ୍ୟ ବିକଳ୍ପ ଭାବେ ଏୟାରଲିଫ୍ଟ, କ୍ରେନ୍ କିମ୍ବା ସୁପରପାୱାର ବୋଟର ନିଆଯାଇପାରେ ସହାୟତା 

179

କନକ ବ୍ୟୁରୋ : ହାତୀକୁ ବଞ୍ଚାଇବା ପାଇଁ ଚାଲିଛି ପ୍ରୟାସ । କିନ୍ତୁ ଏହାରି ଭିତରେ ଏକ ଅଘଟଣ ଘଟିଛି । ନଦୀ ଭିତରୁ ହାତିକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଓଲଟିପଡିଲା ବୋଟ୍ । ହାତୀକୁ କୂଳକୁ ଘଉଡାଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଆସି ଭାରସାମ୍ୟ ହରାଇବା ସହ ଓଲଟି ପଡିଥିଲା ବୋଟ । ବୋଟରେ ଉଦ୍ଧାରକାରୀ ଦଳ ସହ ଓଟିଭି ଟିମ୍ ରହିଥିଲା । ତେବେ ଓଡ୍ରାଫ ବୋଟରେ ଥିବା ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

ସେହିଭଳି ସମସ୍ତ ଯବାନଙ୍କୁ ମଧ୍ୟ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ନଦୀରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆଉ ଗୋଟିଏ ବୋଟ ଭିତରକୁ ଯାଇଛି । ସେପଟେ, ପୂର୍ବତନ ପିସିସିଏଫ୍ ବିଜୟକେତନ ପଟ୍ଟନାୟକଙ୍କ ବକ୍ତବ୍ୟ । ମୁଣ୍ଡଳି ବ୍ୟାରେଜର ଗେଟ୍ ବନ୍ଦ କଲେ ଜଳସ୍ତର କମିପାରେ । ଜଳ ପତନ କମିଲେ ହାତୀଟିକୁ ସହଜରେ ଉଦ୍ଧାର କରି ହେବ । କ୍ରେନ୍ ଲଗାଇ ଉଠାଇ ଅଣାଯାଇ ପାରେ ମାତ୍ର ଏହା ସମୟ ଲାଗିବ ।