ମୁଣ୍ଡଳି ବ୍ରିଜ୍ ନିକଟରେ ଫସିଗଲା ଛୁଆ ହାତୀ : ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ସହାୟତରେ ବନ ବିଭାଗର ଉଦ୍ୟମ

389

କନକ ବ୍ୟୁରୋ : ମହାନଦୀରେ ଭାସିଗଲା ହାତୀପଲ । ନଦୀପାର ହେଉଥିବାବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିବା ଜଣାପଡିଛି । ଗୋଟିଏ ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଲାଖି ରହିଥିବାବେଳେ ଆଉ ୬ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ଆନିକଟରେ ଲାଗିଛନ୍ତି । ମୁଣ୍ଡଳି ବ୍ରିଜରେ ଲାଖିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ସହାୟତାରେ ଉଦ୍ୟମ କରୁଛି ବନବିଭାଗ । ଆଠଗଡପଟୁ ୧୭ଟି ହାତୀ ମହାନଦୀ ପାର ହେଉଥିବାବଳେ ୭ଟି ହାତୀ ଭାସି ଯାଉଥିବା ସୂଚନା ଦେଇଛନ୍ତି ଆଠଗଡ ରେଞ୍ଜର ।