ବିଦ୍ୟୁତ ଆଘାତରେ ଦନ୍ତାର ମୃତ୍ୟୁ । ଝୁଲା ଅବସ୍ଥାରେ ରହିଥିଲା ୧୧ କେଭି ତାର

77

କନକ ବ୍ୟୁରୋ: ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ କାଇଯୋଡା ନିକଟସ୍ଥ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଇଲେଭେନ୍ କେଭିର ତାର ଝୁଲି ରହିଥିଲା । ହାତୀଟି ସେହି ସ୍ଥାନ ଯାଇ ଯାଉଥିବା ବେଳେ ତାର ସଂସ୍ପର୍ଶରେ ଆସିବାରୁ ପ୍ରାଣ ହରାଇଛି ।

ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ଆସି ତଦନ୍ତ କରୁଛି । ନିକଟରେ ଢେଙ୍କାନାଳରେ ମଧ୍ୟ ବିଦ୍ୟୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା । ନିକଟରେ ବଢୁଥିବା ହାତୀମୃତ୍ୟୁକୁ ଦେଖି ହାଇକୋର୍ଟ ଏହି ପ୍ରସଙ୍ଗରେ ଜଏଣ୍ଟ ଟାସ୍କ ଫୋର୍ସକୁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାତୀ ମୃତ୍ୟୁ ରୋକିବାକୁ କି କି ପଦକ୍ଷେପ ନିଆଯାଇଛି ସତ୍ୟପାଠ ଜରିଆରେ ଜଏଣ୍ଟ ଟାସ୍କ ଫୋର୍ସ ଉତ୍ତର ରଖିବେ ।