କନକ ବ୍ୟୁରୋ : ଅଙ୍କ କଷିଲେ କ୍ରୀଡାମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ଗଣିତ ପଢାଇଲେ ତୁଷାରକାନ୍ତି ବେହେରା । ଅସ୍ତରଙ୍ଗ ବ୍ଲକରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଚାଲିଥିବାବେଳେ ହଠାତ ମା ବାସୁଲେଇ ହାଇସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିବାସହ ପିଲାଙ୍କୁ ଗଣିତ ପାଠ ପଢାଇଥିଲେ ।
ତେବେ ମନ୍ତ୍ରୀଙ୍କ ଏଭଳି ପାଠପଢାକୁ ନେଇ ପଦଯାତ୍ରାରେ ଥିବା କର୍ମୀ ମାନେ ତାଯୁବ ହୋଇଯାଇଥିଲେ। ଗଣିତ ପଢେଇଲାବେଳେ ମନ୍ତ୍ରୀ ତୁଷାରକାନ୍ତି ଗଣିତ ବାବଦରେ ଛତ୍ରଛାତ୍ରୀଙ୍କୁ କିଛି ଟିପ୍ସ ଦେଇଥିଲେ । ତୁଷାରକାନ୍ତି ଜଣେ ଆଇଆଇଟିଆନ ହୋଇଥିବେବେଳେ ଗଣିତ ଶିକ୍ଷକ ଭୂମିକା ବେଶ ଜମିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/MATH.jpg)