ପୁଷ୍ପା ଷ୍ଟାଇଲରେ କଇଁଛ ଚୋରାଚାଲାଣ: ଆନ୍ଧ୍ରରୁ ମାଲକାନଗିରି ଚୋରାଚାଲାଣ ବେଳେ ବିରଳ ପ୍ରଜାତିର କଇଁଚ ଉଦ୍ଧାର

94

କନକ ବ୍ୟୁରୋ: ପୁଷ୍ପା ଷ୍ଟାଇଲରେ କଇଁଛ ଚୋରାଚାଲାଣ । ଉପରେ ଅଣ୍ଡା, ତଳେ ୧୦ ବସ୍ତା କଇଁଛ । ଆନ୍ଧ୍ରପ୍ରଦେଶରୁ ମାଲକାନଗିରିକୁ କଇଁଛ ଚୋରାଚାଲାଣ ବେଳେ ଧରିଛି ବନ ବିଭାଗ । ପ୍ରାୟ ଦେଢ଼ ଶହ କଇଁଚ ଉଦ୍ଧାର ହୋଇଛନ୍ତି । ଏମାନେ ସଫ୍ଟ ସେଲ୍ ପ୍ରଜାତିର । ଆନ୍ଧ୍ରପ୍ରଦେଶରୁ ଆସି ମାଲକାନଗିରି ଜିଲ୍ଲାର ବିଭିନ୍ନ ଜାଗାରେ ଏହା ବିକ୍ରି ହେଉଥିବାର ଅଭିଯୋଗ ହୋଇଛି । ଆଗୁଆ ସୂଚନା ପାଇଁ ବନବିଭାଗ ଧରିବାରେ ସଫଳ ହୋଇଛି । ଏହି ମାମଲାରେ ସମ୍ପୃକ୍ତ ଟ୍ରକ୍ର ଚାଳକଙ୍କୁ ଅଟକ ରଖାଯାଇଛି ।