ଆପଣଙ୍କ ରୋଷେଇ ଘରେ ରହିଛି କ୍ୟାନ୍ସରର ବଇଦ । କ’ଣ ଏହି ମହୌଷଧି ?

222

କନକ ବ୍ୟୁରୋ: ଆମେ ପ୍ରତିଦିନ ରୋଷେଇରେ ଅନେକ ପ୍ରକାରର ମସଲା ବ୍ୟବହାର କରୁ । ହେଲେ ଜାଣିପାରୁନା ଏସବୁ ବ୍ୟବହାର ପଛରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ । ଖାଦ୍ୟରେ ଏସବୁ ମସଲାର ବ୍ୟବହାର ଅଜାଣତରେ ଅନେକ ରୋଗରୁ ମୁକ୍ତି ଦିଏ । ଏଥିରୁ ଗୋଟିଏ ହେଉଛି ହଳଦୀ । ଏହାର ଏପରି ଗୁଣ ରହିଛି ଯାହା ଜାଣି ଆପଣଙ୍କ ମୁହଁରେ ହସ ଫୁଟିବ ନିଶ୍ଚୟ । ଆସନ୍ତୁ ଜାଣିବା କେଉଁ କେଉର୍ଁ ରୋଗରୁ ମୁକ୍ତି ଦିଏ ହଳଦୀ ।

କ୍ୟାନ୍ସରର ବଡ ବଇଦ ହଳଦୀ: ବିନା ହଳଦୀରେ କୌଣସି ଖାଦ୍ୟ ରନ୍ଧା ହୁଏନି । କୁହାଯାଏ ଅଣହଳଦି ଖାଦ୍ୟ ଖାଆନ୍ତି ନାହିଁ । ହେଲେ ଏହା ପଛରେ ରହିଛି ଏକ ଅସାଧ୍ୟ ରୋଗର ନିରାକରଣ । ଯାହାକୁ ଆପଣ ସାମାନ୍ୟ ମସଲା ବୋଲି ଭାବନ୍ତି ସେହି ହଳଦୀ ଆରୋଗ୍ୟ କରେ କ୍ୟାନ୍ସର ପରି ଭୟଙ୍କର ରୋଗ । ଆୟୁର୍ବେଦିକ ବିଶେଷଜ୍ଞଙ୍କ ଗବେଷଣାରୁ ଜଣାପଡିଛି , ପ୍ରତିଦିନ ଖାଲିପେଟରେ କଞ୍ଚା ହଳଦୀର ଚାମୁଚେ ରସ ପାନକଲେ କ୍ୟାନସରରୁ ମୁକ୍ତି ମିଳେ । କୁହାଯାଉଛି ହଳଦୀ ରସକୁ ପ୍ରତ୍ୟହ ୩ ମାସ ଯାଏଁ ଖାଲି ପେଟରେ ସେବନ କଲେ କ୍ୟାନ୍ସର ପାଖ ମାଡେ ନାହିଁ । ଏଥିରୁ ଜାଣୁଥିବେ ଯେଉଁ ରୋଗକୁ ମେଡିସନ୍ ବା କେମୋ ଥେରାପି ବି ଭଲ କରିପାରେନାହିଁ ତାହାକୁ ଭଲ କରେ ରୋଷେଇ ଘରର ଏହି ମସଲା ।

ପେଟ ରୋଗ: ଆପଣଙ୍କର ଯଦି ପେଟ ଅମ୍ଳ, ପେଟ ଫମ୍ପା କିମ୍ବା ଦୀର୍ଘଦିନର କୋଷ୍ଠକାଠିନ୍ୟ ରୋଗ ଥିଲେ ପ୍ରତିଦିନ ଘୋଳ ଦହିରେ ଚାମୁଚେ ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ । ଅନେକ ପେଟ ରୋଗରୁ ମୁକ୍ତି ମିଳିଥାଏ ।

କୃମିରୁ ମୁକ୍ତି: କୋଡିଏ ଟୋପା କଞ୍ଚା ହଳଦୀ ରସରେ ଚୁମୁଟେ ଲୁଣ ମିଶାଇ ସକାଳେ ଖାଲି ପେଟରେ ସେବନ କଲେ କୃମି ସମସ୍ୟା ଦୂର ହୋଇଯାଇଥାଏ ।

ଚର୍ମ ରୋଗ: ଯେକୌଣସି  ଚର୍ମରୋଗ ହେଉ ନା କାହିଁକି ସେସବୁ ପାଇଁ ମହୌଷଧୀ ହେଉଛି ହଳଦୀ । ଚର୍ମ କୁଣ୍ଡାଇ ହେଉଥିଲେ ବା ଅନ୍ୟ କିଛି ଆଲର୍ଜି ହେଉଥିଲେ ଏଥିରେ ହଳଦୀ ଲଗାଇବେ । ଏହାସହ ଚାମୁଚିଏ କଞ୍ଚା ହଳଦୀ ରସ ସହ ମହୁ ମିଶାଇ ଖାଲି ପେଟରେ ଖାଇଲେ ଉପଶମ ମିଳେ । ଯଦି ପିତ୍ତ ଦୋଷରୁ ଦେହ କୁଣ୍ଡାଇ ହୁଏ ତେବେ ହଳଦୀ ସହ ନିମ ପତ୍ର ବାଟି ଲଗାଇଲେ ଏଥିରୁ ମୁକ୍ତି ମିଳେ ।

ମିଳିମିଳା: ଚାମଚେ ହଳଦୀ ଗୁଣ୍ଡରେ ଅଧଚାମଚେ ମହୁ ଓ ୪/୫ ଟୋପା କଲରାପତ୍ର ରସ ପକାଇ ସେବନ କଲେ ମିଳିମିଳାରୁ ମୁକ୍ତି ମିଳିଥାଏ ।

ଶ୍ରୀବୃଦ୍ଧି : ଦେହର କାନ୍ତି ବୃଦ୍ଧି କରିବାରେ ମଧ୍ୟ ଏହା ଏକ ବଡ ଖୋରାକ୍ । ନିୟମିତ ଗାଧୋଇଲା ବେଳେ ବଟା ହଳଦୀ ଲଗାଇଲେ ଦେହରେ ଚମକ ଆସିଥାଏ ।

ଥଣ୍ଡା ଓ କଫରୁ ମୁକ୍ତି: ଥଣ୍ଡା ଯୋଗୁଁ ଦେହ ମଜରା ଲାଗି ଯନ୍ତ୍ରଣା ହେଉଥିଲେ ଉଷୁମ ଖିରରେ ଚାମୁଚେ ହଳଦୀ ମିଶାଇ ଦିନକୁ ୨ ଥର ପିଇଲେ ଆରାମ ଲାଗେ । ଏପରି ନିୟମିତ କଲେ ଶ୍ୱାସ ରୋଗରୁ ମଧ୍ୟ ମୁକ୍ତି ମିଳେ ।

ନାକ ବୋହିବା: ଅଧିକ ଥଣ୍ଡାରୁ ନାକରୁ ଶିଙ୍ଘାଣି ବୋହୁଥିଲେ ଏପରି କରନ୍ତୁ । ଖଣ୍ଡେ ହଳଦୀକୁ ପୋଡି ତାର ଧୁଆଁ ନିଃଶ୍ୱାସରେ ଗ୍ରହଣ କଲେ ନାକରୁ ଶିଙ୍ଘାଣି ବୋହିବା ବନ୍ଦ ହୋଇ ଆରାମ ଲାଗେ ।

ହାଡ ଭାଙ୍ଗିଥିଲେ: ଯଦି କୌଣସି ଅଙ୍ଗର ହାଡ ଭାଙ୍ଗିଯାଏ ତେବେ ହଳଦୀ ସହ ଚୁନ ମିଶାଇ ତାକୁ ଗରମ କରନ୍ତୁ ହାଡ ଭଙ୍ଗା ସ୍ଥାନ ଉପରେ ଏହାର ଏକ ମୋଟା ପ୍ରଲେପ ଦିଅନ୍ତୁ  । ଫଳରେ ଯନ୍ତ୍ରଣାରୁ ମୁକ୍ତି ସହ କ୍ରମଶଃ ହାଡ ଯୋଡିହୋଇଯିବାର ନଜିର ରହିଛି ।

ବିଷ କାଟେ: ଯଦି କୌଣସି ବ୍ୟକ୍ତି ବିଷପାନ କରିଥାନ୍ତି ତେବେ ହଳଦି ଗୁଣ୍ଡ ସହ ଗୁଆ ଘିଅ ମିଶାଇ କିଛି ସମୟ ଅନ୍ତରରେ ସେବନ କଲେ ବିଷ ଦୋଷ ନଷ୍ଟ ହୁଏ ।

ତେଣୁ ରୋଷେଇ ଘରର ଏହି ବଇଦକୁ ସବୁବେଳେ ଖାଦ୍ୟରେ ବ୍ୟବହାର କରନ୍ତୁ । ଏବଂ ଏକ ସୁସ୍ଥ ନିରାମୟ ଶରୀର ପାଇବାକୁ ଏହାର ଯଥାସାଧ୍ୟ ବ୍ୟବହାର କରନ୍ତୁ ।