କନକ ବ୍ୟୁରୋ: ଏଣିକି ବଜାରରେ ମିଳିବ ହଳଦୀ ବ୍ୟାଣ୍ଡେଜ । ଶରୀରରେ କୌଣସି କ୍ଷତ ହେଲେ ତୁରନ୍ତ ଚିିକିତ୍ସା ପାଇଁ ଏହି ହଳଦୀ ବ୍ୟାଣ୍ଡେଜ ଭଲ କାମ ଦେବ । ଏହି ହଳଦୀ ବ୍ୟାଣ୍ଡେଜ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ । ହଳଦୀର ନାନୋ ପାର୍ଟିକିଲ୍ କର୍କ୍ୟୁମିନକୁ ବ୍ୟବହାର କରି ଏମିତି ସ୍ୱତନ୍ତ୍ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ -ଆଇଏଲଏସ । ତେବେ ଏହି କର୍କ୍ୟୁମିନ ବ୍ୟାଣ୍ଡେଜର ବିକାଶ କରିଛନ୍ତି ଆଇଏଲଏସର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ସଂଜୀବ ସାହୁ । ହଳଦୀ ବ୍ୟାଣ୍ଡେଜର ଟେକ୍ନୋଲୋଜି କିଣିବାକୁ ନ୍ୟାସନାଲ ରିସର୍ଚ୍ଚ ଡ଼େଭଲପମେଂଟ କର୍ପୋରେସନ-ଏନଆରଡ଼ିସି ଜରିଆରେ ଆଇଏଲଏସ ସହ ଆଲୋଚନା କରିଛନ୍ତି ଗୁଜରାଟ ଓ ଉତରପ୍ରଦେଶର ଦୁଇ କମ୍ପାନୀ । ତେବେ ଯଦି ସବୁ କିଛି ଠିକ ଚାଲେ, ମାସେ ଭିତରେ ଉଭୟ କମ୍ପାନୀକୁ ଟେକ୍ନୋଲୋଜି ଟ୍ରାନ୍ସଫର କରାଯିବ ।

Advertisment

ହଳଦୀରୁ ଉପଚାର:
- ଖୁବ ଶୀଘ୍ର ବଜାରକୁ ଆସିବ ହଳଦୀ ବ୍ୟାଣ୍ଡେଜ
-ଯାହା ଅନ୍ୟ ବ୍ୟାଣ୍ଡେଜ ଠାରୁ ସ୍ୱତନ୍ତ୍ର ଓ ଶସ୍ତା
- ଏହା ହେଉଛି ଶୁଦ୍ଧ ଓ ଖାଂଟି ହଳଦୀରେ ତିଆରି ଦେଶୀ ଚିିକିତ୍ସା
-କ୍ଷତସ୍ଥାନକୁ ଶୀଘ୍ର ଶୁଖାଇବ ଏହି ହଳଦୀ ବ୍ୟାଣ୍ଡେଜ
-ଡ଼ାଇବେଟିସ ରୋଗୀଙ୍କ କ୍ଷତ ସ୍ଥାନକୁ ଖୁବ ଶୀଘ୍ର ଶୁଖାଇବାରେ କରିବ ସାହାଯ୍ୟ
-ଦୀର୍ଘ ବର୍ଷ ହେବ ବିଭିନ୍ନ ରୋଗର ଉପଚାର ପାଇଁ ହଳଦୀକୁ ବ୍ୟବହାର କରାଯାଉଛି
-ହଳଦୀରେ ଥିବା ନାନୋ ପାର୍ଟିକିଲ କର୍କ୍ୟୁମିନର ରହିଛି ବହୁ ଔଷଧୀୟ ଗୁଣ
-ଏହାକୁ ପ୍ରଥମେ ମୂଷା ଉପରେ ପରୀକ୍ଷା କରାଯାଇଛି
- ଏହି ବ୍ୟାଣ୍ଡେଜକୁ ବାରମ୍ବାର ବ୍ୟବହାର କରିବାକୁ ପଡ଼ିବନି