ଆମ ବାପ-ପୁଅଙ୍କୁ ହରାଇ ପାରିବନି ଦୁଃଖ କି କଷ୍ଟ । ଆମେ ସବୁବେଳେ ଏମିତି ହସୁଥିବୁ : ଫଟୋ ପଛର କାହାଣୀ

172

କନକ ବ୍ୟୁରୋ : ସୁଖ… ଦୁଃଖ… ଗୋଟିଏ କଏନର ଦୁଇଟି ପାଶ୍ୱର୍ । ମଣୀଷ ଜୀବନରେ ସବୁବେଳେ ସୁଖ ରହେନାହିଁ କି ଦୁଃଖବି ରହେନାହିଁ ସମୟ ଆସିଲେ ସବୁ ପରିବର୍ତ୍ତନ ହୋଇଯାଏ । କିନ୍ତୁ ସାଧାରଣତଃ ଲୋକେ ଜୀବନରେ ଦୁଃଖ ଆସିଲେ ସହିନପାରି ଭାଙ୍ଗିପଡନ୍ତି । ଏପରିକି ଆତ୍ମହତ୍ୟା ଭଳି ନିସ୍ପତ୍ତି ନେବାକୁ ପଛାନ୍ତି ନାହିଁ । କିନ୍ତୁ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାପା-ପୁଅର ଏହି ଫଟୋ ସମାଜକୁ ପ୍ରେରଣା ଦେବ ନିଶ୍ଚୟ । ଯେତେ ଦୁଃଖ କଷ୍ଟ ଆସିଲେବି ଭାଙ୍ଗିନପଡିବାର ସାହସ ଦେବ ନିଶ୍ଚୟ ।


ତୁର୍କୀର ଜଣେ ଫଟୋଗ୍ରାଫର ମହମ୍ମଦ ଅସଲମ୍ ଏପରି ଏକ ଫଟୋ ଉଠାଇଛନ୍ତି, ଯାହାକୁ ଦେଖିଲେ ଆଖିରେ ଲୁହ ଚାଲିଆସିବ, ଯେତେ ଦୁଃଖ କଷ୍ଟ ଆସିଲେବି ଭାଙ୍ଗି ନପଡିବା ପାଇଁ ପ୍ରେରଣା ଦେବ । ଏହି ଫଟୋ ଜଣେ ବାପା ଆଉ ତାଙ୍କ କୁନି ପୁଅର । ଅନେକ ସମସ୍ୟା ଥାଇ ବି ଏହି ଦୁଇଜଣ ବାପା-ପୁଅ ବେସ୍ ଖୁସିରେ ଅଛନ୍ତି । ହସଖୁସିରେ ଜୀବନ କାଟୁଛନ୍ତି ।
ଏହି ଦୁଇଜଣଙ୍କ ଦୁଃଖ ବାବଦରେ ଜାଣିଲେ ଆପଣଙ୍କ ଆଖିବି ଲୁହରେ ଓଦା ହୋଇଯିବ । ଦିନେ ସିରିଆରେ କୌଣସି କାରଣରୁ ଏକ ବମ୍ ବ୍ଲାଷ୍ଟ ହୋଇଥିଲା ଯେଉଁଥିରେ ଫଟୋରେ ଦେଖୁଥିବା ବ୍ୟକ୍ତିଙ୍କ ଗୋଟିଏ ଗୋଡ ନଷ୍ଟ ହୋଇଯାଇଥିଲା । ଆଉ ତାଙ୍କର ଗର୍ଭବତୀ ସ୍ତ୍ରୀ ଶିରିଆରେ ଗୃହଯୁଦ୍ଧ ଚାଲିଥିବା ବେଳେ ବିଶାକ୍ତ ଗ୍ୟାସର ଶିକାର ହୋଇଗଲେ । ପେଟରେ ବଢୁଥିବା ପିଲା ଠିକ୍ ଭାବରେ ବିକଶିତ ହୋଇପାରିଲାନି । ଯାହାଫଳରେ ବିନା ହାତ ଗୋଡରେ ଜନ୍ମନେଲା ଏହି ପୁଅ । ବାପାଙ୍କର ଗୋଟିଏ ଗୋଡ ନଥିବା ବେଳେ ପୁଅର ଦୁଇ ଗୋଡ ଦୁଇ ହାତ ନାହିଁ । ତଥାବି ଏହାକୁ ନେଇ ଏମାନଙ୍କ ମନରେ କୌଣସି ଦୁଃଖ ନାହିଁ । ସାଧାରଣ ଲୋକଙ୍କ ଭଳି ହସ ଖୁସିରେ ଜୀବନ ବିତାଉଛନ୍ତି ଏହି ଦୁଇ ବାପ-ପୁଅ । ଆଉ ସେହି ଖୁସିର ମୁହୁର୍ତ୍ତକୁ କ୍ୟାମେରାରେ କଏଦ କରିଛନ୍ତି ତୁର୍କୀର ଜଣେ ଫଟୋଗ୍ରାଫର । ଯାହାକୁ ‘ଫଟୋ ଅଫ୍ ଦ ଇୟର’ ଆୱାର୍ଡ ମିଳିବା ସହ ଭୁରି ଭୁରି ପ୍ରଶଂସା କରାଯାଉଛି ।