କନକ ବ୍ୟୁରୋ : ବିନାଶକାରୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପାଖାପାଖି ୨୮୦୦୦ ଲୋକଙ୍କ ଜୀବନ ଚାଲିଗଲାଣି । ଏହି ସଂଖ୍ୟା ଆଗକୁ ବଢିବାକ ଆଶଂକା ମଧ୍ୟ ରହିଛି । ତେବେ ଏହି ଭୟଙ୍କର ଭୂମିକମ୍ପରେ ଅନେକ ଲୋକ ସର୍ବହରା ହୋଇଯାଇଥିବା ବେଳେ ତୁର୍କୀରେ ନିଜ ଲୋକ ହିଁ ଶତ୍ରୁ ପାଲଟିଯାଉଛନ୍ତି ।

Advertisment

ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ପରେ ସହରମାନଙ୍କରେ ଲୁଟପାଟ୍ ବଢିଯାଇଛି । ଭୂମିକମ୍ପ ପିଡୀତ ଲୋକଙ୍କୁ ଲୁଟି ନେଉଛନ୍ତି ଦୁର୍ବୃତ୍ତ । ଠକାମୀ ଓ ଲୁଟ୍ ଅଭିଯୋଗ ଆସିବା ପରେ ତୁର୍କୀରେ ପ୍ରାୟ ୪୮ଜଣଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗିରଫ ହୋଇଥିବା ଅପରାଧୀଙ୍କ ନିକଟରୁ ୧୧ହଜାର ଆମେରିକୀ ଡଲାର, ୨୦ଟି ସେଲଫୋନ୍, ୮ଟି ଲାପଟପ୍, ୬ଟି ବନ୍ଧୁକ, ୩ଟି ରାଇଫଲ୍ ସମେତ ଅନେକ ସୁନା ଗହଣା ଜବତ କରାଯାଇଛି ।