କନକ ବ୍ୟୁରୋ : ଭାରତ ସରକାର ଦରବୃଦ୍ଧିକୁ ଆୟତରେ ରଖିବା ପାଇଁ ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ଏହି ଅଣାୟତ ମୁଲ୍ୟ ବୃଦ୍ଧି ଜନ ସାଧାରଣଙ୍କୁ ହନ୍ତସନ୍ତ କରିସାରିଲାଣି । ବସ୍ତୁର ଦରଦାମ ବଢି ୫.୫ ଥିବା ବେଳେ ବ୍ୟାଙ୍କର ସୁଧହାର ବଢି ୮ ରୁ ୧୨ ପ୍ରତିଶତ ବଢି ଗଲାଣି । ଏତିକିରେ ଜନତାଙ୍କ ଅବସ୍ଥା ଦୁର୍ବିସହ ହୋଇ ପଡିଲାଣି । ଯଦି ମୁଲ୍ୟ ବୃଦ୍ଧି ତଥା ସୁଧହାର ବଢି ୬୨ ଓ ୪୨ ରେ ପହଂଚି ଯାଏ ତେବେ କଣ ଦୁର୍ଦ୍ଦଶା ହେବ ଭାବିଛନ୍ତି କି ? ତୁର୍କୀ ବର୍ତମାନ କିଛି ଏମିତି ହିଁ ଅବସ୍ଥା ଦେଇ ଗତି କରୁଛି ।
ସୂଚନା ଅନୁଯାୟୀ ତୁର୍କୀରେ ମହଙ୍ଗାପଣ ଏତେ ବଢି ଗଲାଣି କି ସେଠାକାର ସେଣ୍ଟ୍ରାଲ ବ୍ୟାଙ୍କ ପୁଣି ସୁଧହାର ୨.୫ ପ୍ରତିଶତକୁ ବଢାଇ ଦେଇଛନ୍ତି । ଯାହାକି ବଢି ଏବେ ୪୨.୫ ରେ ପହଂଚିଯାଇଛି । ଗତ କିଛି ମାସ ଧରି ଅନେକ ଥର ଏହା ବଢା ଯାଇଥିବା ବେଳେ ଲଗାତାର ୭ ଥର ପାଇଁ ଦର ବୃଦ୍ଧି କରାଯାଇଛି । ବିଶେଷଜ୍ଞଙ୍କ ମତ ଅନୁସାରେ ଏମିତି ବଢି ଚାଲିଲେ ଏହା ୩୫ ପ୍ରତିଶତ ବଢିଯିବ ।
ସେପଟେ ଦରବୃଦ୍ଧି ଓ ବ୍ୟାଙ୍କର ଏଭଳି ସୁଧହାର ବୃଦ୍ଧି କାରଣରୁ ସାଧାରଣ ଲୋକ ଦୈନଦିନ ଜରୁରୀ ଜିନିଷ କିଣିବା ପାଇଁ ମଧ୍ୟ ହଇରାଣ ହେଉଥିବାର ଦେଖା ଦେଉଛି । ରାସନ କିଣା ଠାରୁ ଆରମ୍ଭ କରି ଘର ଭଡା ଯାଏଁ ଏ ସବୁରେ ଅଶାତୀତ ଭାବେ ମୁଲ୍ୟ ବୃଦ୍ଧି ପାଇଛି । ସେଂଟ୍ରାଲ ବ୍ୟାଙ୍କ ଏସବୁକୁ ସୁଧାରିବାକୁ ଚାହୁଁଥିଲେ ମଧ୍ୟ ନିକଟ ଅତୀତରେ ଏ ପରିସ୍ଥିତିରେ ସୁଧାର ଆସିବାର ନାହିଁ ବୋଲି ଜଣାଇଛି । ତୁର୍କୀର ରାଷ୍ଟ୍ରପତି ରସେପ ତୟପ ଏରଦୋଗା ନିର୍ବାଚନ ଜିତିବା ପରେ ଏହି ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ ମଧ୍ୟ ଏହା କୌଣସି ସୁଫଳ ଆଣିବାରେ ସଫଳ ହୋଇ ପାରିଲା ନାହିଁ । ଫଳ ସ୍ୱରୁପ ତୁର୍କୀର ଅର୍ଥ ବ୍ୟବସ୍ଥା କ୍ରମଶଃ ଭାବେ ଖସୁଥିବା ବେଳେ ବିଦେଶୀ ନିବେଶକ ମାନେ ମଧ୍ୟ ଆଉ ନିବେଶ ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ଏହା ଫଳରେ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରାର ପରିମାଣ ମଧ୍ୟ ଅଭାବ ଦେଖା ଦେଉଛି ।