କନକ ବ୍ୟୁରୋ : ୨୧୨ ଘଣ୍ଟା ପରେ ବି ବଞ୍ଚିଛି ଜୀବନ । ୮ ଦିନ ପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହେଲେ ୭୭ ବର୍ଷୀୟ ବୃଦ୍ଧ । ଉଦ୍ଧାରକାରୀ ଦଳ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏବେ ବି ଅତି ଚମତ୍କାର ଭାବେ ଲୋକଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଉଛି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି ଉଦ୍ଧାରକାରୀ ଟିମ୍ ।

Advertisment

ସେପଟେ ୪୦ ହଜାର ପାର କରିଛି ତୁର୍କୀ ଓ ସିରିୟାରେ ଭୂକମ୍ପ ମୃତ୍ୟୁସଂଖ୍ୟା । ଏବେ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତୁର୍କୀ ଓ ସିରିୟାରେ ୭୦ ଲକ୍ଷରୁ ଅଧିକ ଶିଶୁ ପ୍ରଭାବିତ ହୋଇଛନ୍ତି । ଶତାବ୍ଦୀ ବଡ଼ ବିପର୍ଯ୍ୟୟ କହିଛନ୍ତି ସିରିୟା ରାଷ୍ଟ୍ରପତି । ଏବେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ପ୍ରଭାବିତ ଅଂଚଳ ଛାଡି ଅନ୍ୟ ସ୍ଥାନକୁ ପଳାଇ ଯାଉଛନ୍ତି ।