କନକ ବ୍ୟୁରୋ: ତୁର୍କୀରେ ପ୍ରାକୃତିକ ବିପର୍ଯ୍ୟୟ ପରେ ସହାୟତାର ହାତ ବଢ଼ାଇଛି ଭାରତ । ତୁର୍କୀକୁ ଭାରତ ରିଲିଫ ସାମଗ୍ରୀ ସହ ୧୦୦ ସୁରକ୍ଷାକର୍ମୀ ବିଶିଷ୍ଟ ଏନଡିଆରଏଫ ଓ ମେଡିକାଲର ଦୁଇ ଟିମ୍ ପଢ଼ାଇବ ବୋଲି ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁର୍କୀରେ ଭୟଙ୍କର ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଏହାସହ ଭାରତ ସବୁ ପ୍ରକାରର ସହାୟତା କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି । ଏଭଳି କଠିନ ସମୟରେ ଭାରତ ତୁର୍କୀ ସହ ଛିଡ଼ା ହୋଇ ରହିଥିବା କହିଛନ୍ତି ଜୟଶଙ୍କର ।
ତୁର୍କୀ ଭୂକମ୍ପ: ସହଯୋଗର ହାତ ବଢାଇଲା ଭାରତ ।
/kanak/media/post_attachments/wp-content/uploads/2019/03/mq2g4ho8_narendramodi_650x400_27_March_19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)