ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୭ । ଭୂମିକମ୍ପରେ ୧୪ ଜଣଙ୍କ ମୃତ୍ୟୁ ସୂଚନା, ୨୦୦ରୁ ଅଧିକ ଲୋକ ଆହତ

92

କନକ ବ୍ୟୁରୋ: ତୁର୍କୀରେ ଭୟଙ୍କର ଭୂକମ୍ପ ଝଟକା । ଏହି ଭୂକମ୍ପରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଅନୁମାନ କରାଯାଉଛି । ଗତକାଲି ରାତି ପ୍ରାୟ ୮ ଟା ୫୫ରେ ସମୟରେ ତୁର୍କୀର ଲାଜିଜ୍ ପ୍ରଦେଶରେ ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରହିଥିବା ଜଣାପଡିଛି । ମାତ୍ର କିଛି ସମୟ ଭିତରେ ୧୫ ଥର ଝଟକା ଅନୁଭୂତ ହୋଇଥିଲା । ଫଳରେ ଅନେକ କୋଠା ଭୁଷୁଡି ପଡିଛି ।

ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂକମ୍ପ ପୀଡିତମାନଙ୍କ ଉଦ୍ଧାର କରି ସ୍ପୋର୍ଟ୍ସ ସେଂଟର, ଗେଷ୍ଟ ହାଉସ ଓ ସ୍କୁଲ ଭଳି ସ୍ଥାନରେ ରଖାଯାଇଛି । ଏହି ଭୂକମ୍ପର ପ୍ରଭାବ ପଡୋଶୀ ଦେଶ ଇରାକ, ସିରିଆ ଓ ଲେବାନନରେ ଅନୁଭୂତ ହୋଇଛି । ସୂଚନା ଅନୁଯାୟୀ ତୁର୍କୀରେ ଅନେକ ସମୟରେ ଏହି ପ୍ରାକୃତିକ ଦୁର୍ବିପାକ ଆସି ବିଶେଷ କ୍ଷତି ଘଟାଇଥାଏ । ୧୯୯୯ରେ ବଡ ଧରଣର ଭୁକମ୍ପ ହୋଇଥିଲା । ଯେଉଁଥିରେ ୧୭ ହଜାର ଲୋକ ପ୍ରାଣ ହରାଇଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁସାରେ ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଭୂକମ୍ପ ଆସିବା ସମୟରେ ୧୫ ଥର ଝଟକା ଅନୁଭୂତ ହୋଇଥିଲା ଏବଂ ଏଥିରେ ଲୋକେ ଭୟଭୀତ ହୋଇଯାଇଥିଲେ । ଭୂକମ୍ପ ଝଟକା ତୁର୍କୀର ପଡୋଶୀ ଇରାକ, ଇରାନ, ସିରିଆ ଓ ଲେବାନନରେ ମଧ୍ୟ ଅନୁଭୂତ ହୋଇଥିଲା । ମାତ୍ର ଏହି ଦେଶଗୁଡ଼ିକରେ କୌଣସି କ୍ଷୟକ୍ଷତି ହୋଇନାହିଁ ।