ମା’ ଆଗରେ ଚାଲିଗଲା ପୁଅର ଜୀବନ ! ପିକଅପ୍ ଗାଡି ଧକ୍କାର ସମ୍ମୁଖୀନ ହେଲେ ମା’ପୁଅ , ଗୁରୁତର ଅବସ୍ଥାରେ ମା’ ଡାକ୍ତରଖାନାରେ ଭର୍ତ୍ତୀ ,ପୁଅ ମୃତ

247

ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ସେମଲା ଛକଠାରେ ଏକ ଅଭାବନୀୟ ଘଟଣା ଘଟିଛି । ମା’ ପୁଅ ଗାଡିରେ ଘରକୁ ଫେରୁଥିବା ସମୟରେ ଦୂର୍ଘଟଣା ଘଟି ମା’ ଆଗରେ ଚାଲିଯାଇଛି ପୁଅର ଜୀବନ । ନିଜ ନବଜାତକ ନାତୁଣୀକୁ ଦେଖିବା ପାଇଁମ ମା’ ପ୍ରେମଲତା ଏବଂ ପୁଅ ସମୀର ସୋନପୁର ଯାଇଥିଲେ । ଗତକାଲି ବାହୁଡା ଯାତ୍ରାରେ ସାମିଲ ହେବା ପାଇଁ ଘରକୁ ଫେରୁଥିବା ସମୟରେ ଗାଁଠାରୁ ମାତ୍ର ୩ କି.ମି. ଦୂରରେ ଏକ ପିକଅପ୍ ଗାଡି ତାଙ୍କ ମଟରସାଇକେଲ୍ କୁ ଧକ୍କା ଦେଇଥିଲା । ତେବେ ଘଟଣାସ୍ଥଳରେ ସମୀରଙ୍କ ପ୍ରାଣବାୟୁ ଉଡିଯାଇଥିବା ବେଳେ ପ୍ରେମଲତାଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନାକୁ ନେଇଯାଇଛନ୍ତି । ଘରର ଏକମାତ୍ର ରୋଜଗାରିଆ ପୁଅ ସମୀରକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ଘଟଣା ବିଷୟରେ ଅବଗତ ହେବା ପରେ ତୁରେକେଲା ଗ୍ରାମବାସୀ ଆସି ଦୂର୍ଘଟଣା ଘଟାଇଥିବା ପିକଅପ୍ ଗାଡି ଗାଡିକୁ ଜାଳିଦେଇ ରାସ୍ତା ଅବରୋଧ କରିଛନ୍ତି ।