ଉତରକାଶୀରେ ଭାଙ୍ଗିଲା ନିର୍ମାଣାଧୀନ ଟନେଲ: ବିପଦରେ ଟନେଲରେ ଫସିଥିବା ୪୦ରୁ ଅଧିକ ଶ୍ରମିକଙ୍କ ଜୀବନ

219

କନକ ବ୍ୟୁରୋ: ଉତରକାଶୀରେ ଭୟଙ୍କର ଦୁର୍ଘଟଣା । ଭାଙ୍ଗିଲା ନିର୍ମାଣାଧୀନ ଟନେଲ । ଦୁର୍ଘଟଣା ଯୋଗୁ ଟନେଲ ଭିତରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ ହୋଇଛି । ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଜଣାପଡ଼ିଛି । ସେମାନଙ୍କ ନିକଟରେ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ କରାଯାଇଛି । ଟନେଲରେ ଥିବା ମାଟିକୁ ହଟାଇବା ପାଇଁ ଉଦ୍ୟମ ଜାରି ରହିଛି । ଟନେଲ ବାହାରେ ମଧ୍ୟ ଆମ୍ବୁଲାନ୍ସକୁ ମହଜୁଦ ରଖାଯାଇଛି । ଉଦ୍ଧାର ହେଉଥିବା ଶ୍ରମିକଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ତୁରନ୍ତ ହସ୍ପିଟାଲକୁ ପଠାଯିବ । ତିନି କିଲୋମିଟର ଲମ୍ବା ଟନେଲର କାମ ଚାଲୁଥିଲା । ଏହି ସମୟରେ ଗୋଟିଏ ପାଖ ଭାଙ୍ଗିଯାଇଥିଲା । ୨୦୨୪ ମାଚ୍ଚ ସୁଦ୍ଧା ଏହି ଟନେଲ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।