କନକ ବ୍ୟୁରୋ: ଅଲବିଦା ତୁନିଶା ଶର୍ମା । ମୃତ୍ୟୁର ୩ ଦିନ ପରେ ତୁନିଶା ଶର୍ମାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ଯେଉଁ ବୟସରେ ଲୋକେ ସ୍ୱପ୍ନ ଦେଖିବା ଆରମ୍ଭ କରନ୍ତି ସେହି ବୟସରେ ଆତ୍ମହତ୍ୟାର ନିଷ୍ପତ୍ତି ନେଇଥିଲେ ତୁନିଶା । ଡିସେମ୍ବର ୨୪ରେ ମେକଅପ ରୁମରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । କିଛି ସମୟ ତଳେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଥିବା ବେଳେ ତାଙ୍କ ମାଆଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଯାଇଛି । ତୁନିଶାଙ୍କ ଅନ୍ତିମ ସଂସ୍କାରରେ ଅନେକ ଟିଭି କଳାକାର ସାମିଲ ହୋଇଥିଲେ । ସେହିଭଳି ଶାଜିନ ଖାନଙ୍କ ପରିବାର ସଦସ୍ୟ ମଧ୍ୟ ସେଠାରେ ପହଞ୍ଚିଥିଲେ । ତାଙ୍କ ମାଆ ଏବଂ ଭଉଣୀ ସେଠାରେ ନଜର ଆସିଥିଲେ । ତୁନିଶା ଏବଂ ଶାଜିନଙ୍କ ଭଉଣୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ଉଭୟ ସାମାଜିକ ଗଣମାଧ୍ୟମରେ ଅନେକ ଫଟୋ ମଧ୍ୟ ସେୟାର କରିଥାନ୍ତି ।

Advertisment

ଝିଅକୁ ଶେଷ ଥର ପାଇଁ ବିଦାୟ ଦେବାବେଳେ ତାଙ୍କ ମାଆ ବେହୋସ ହୋଇଯାଇଥିଲେ । ଏହି ସମୟରେ ପରିବାରର ସଦସ୍ୟ ଏବଂ ତାଙ୍କୁ ସମ୍ଭାଳିଥିଲେ । ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ ।