କନକ ବ୍ୟୁରୋ: ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁକୁ ନେଇ ଦିନ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଏହି ମାମଲାରେ ଅଭିଯୁକ୍ତ ଅଭିନେତା ଶିଜାନ୍ ଖାନଙ୍କ ଓକିଲ ତୁନିଷା ଶର୍ମାଙ୍କ ମା’ଙ୍କ ଉପରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ତୁନିଷାଙ୍କ ମା’ ବନିତା ତୁନିଷାଙ୍କ ତଣ୍ଟି ଚିପି ମାରିବାକୁ ଚେଷ୍ଟା କରିଥିଲେ ।

Advertisment

ସୋମବାର ଶିଜାନଙ୍କ ଦୁଇ ଭଉଣୀ , ମା’ ଓ ଓକିଲ ଶୈଳେନ୍ଦ୍ର ମିଶ୍ରା ସାମ୍ବାଦିକ ସମ୍ମିଳନୀରେ ନିଜ ପକ୍ଷ ରଖିଥିଲେ । ଏହି କ୍ରମରେ ସୁଟିଂ ସେଟରେ ଆତ୍ମହତ୍ୟା କରିଥିବା ତୁନିଷାଙ୍କ ମା’ ଓ ସମ୍ପର୍କୀୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଶିଜାନଙ୍କ ଓକିଲ ଶୈଳେନ୍ଦ୍ର ମିଶ୍ରା କହିଥିଲେ ଯେ, ତୁନିଷାଙ୍କର ତାଙ୍କ ମା’ଙ୍କ ସହ ସମ୍ପର୍କ ଭଲ ନଥିଲା । ପୂର୍ବରୁ ସେ ତୁନିଷାଙ୍କ ତଣ୍ଟି ଚିପି ମାରିବାକୁ ଚେଷ୍ଟା କରିଥିଲେ । ଏହା ସହ ତୁନିଷାଙ୍କ ଦାଦା ଓ ଅନ୍ୟ କିଛି ସମ୍ପର୍କୀୟଙ୍କ ବିରୋଧରେ ମଧ୍ୟ ଚମକାଇଲା ଭଳି ଦାବୀ କରିଥିଲେ ଶୈଳେନ୍ଦ୍ର ।

ଓକିଲ ଶୈଳେନ୍ଦ୍ର ମିଶ୍ରା କହିଛନ୍ତି ଯେ, ତୁନିଷାଙ୍କ ଦାଦା ବୋଲି ପରିଚୟ ଦେଉଥିବା ସଞ୍ଜୀବ କୌଶଲ ନା ତୁନିଷାଙ୍କ ସହ ନା ତାଙ୍କ ପରିବାର ସହ ଭଲ ସମ୍ପର୍କ ନଥିଲା । ମିଡିଆ ରିପୋର୍ଟ ମୁତାବକ, ତୁନିଷାଙ୍କ ମା’ ଓ ଦାଦା ସଞ୍ଜୀବ କୌଶଳ ତୁନିଷାଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ କାମ କରିବାକୁ ବାଧ୍ୟ କରୁଥିଲେ । ଏପରିକି ବନିତା ତୁନିଷାଙ୍କ ଖର୍ଚ୍ଚ ଉପରେ ସବୁବେଳେ କଡା ନଜର ରଖୁଥିଲେ । ନିଜ ଇଚ୍ଛା ଅନୁସାରେ ଖାଇବାୁଟଙ୍କା ଦେଉନଥିଲେ ତୁନିଷାଙ୍କ ମା’ ।