ଆଉ ଚୀନ ଉପରେ ନିର୍ଭର କରିବନି ଭାରତ । ମିଳିଲା ଗୁପ୍ତଭଣ୍ଡାରର ଚାବିକାଠି

ଚୀନ ଉପରେ ନିର୍ଭର କରିବନି ଭାରତ

5,280

କନକ ବ୍ୟୁରୋ : ଖଣିଜ ସମ୍ପଦର ଭଣ୍ଡାରରେ ଭରପୁର ଝାଡ଼ଖଣ୍ଡ । ଭାରତ ଓ ଚୀନ ଉତ୍ତେଜନା ମଧ୍ୟରେ ଆଉ ଚୀନ ଉପରେ ନିର୍ଭର କରିବନି ଭାରତ । ଦେଶକୁ ମିଳିଗଲା ଗୁପ୍ତଭଣ୍ଡାରର ଚାବିକାଠି । ଝାଡ଼ଖଣ୍ଡରେ ଟଙ୍ଗଷ୍ଟନ୍ ପରି ମହତ୍ୱପୂର୍ଣ୍ଣ ଧାତୁ ଭଣ୍ଡାର ମିଳିଛି । ଏଣିକି ଚୀନ ଉପରେ ନିର୍ଭରତା ଶେଷ ହୋଇଯିବ । ଗଢ଼ବା ଜିଲ୍ଲାର ସଲତୁଆ ଅଞ୍ଚଳରେ ଟଙ୍ଗଷ୍ଟନ୍ ଭଣ୍ଡାର ମିଳିଥିଛି । ଜିଏସଆଇ କେନ୍ଦ୍ର ସରକାଣଙ୍କୁ ଭଣ୍ଡାର ସମ୍ମନ୍ଧରେ ଅବଗତ କରାଯାଇଛି ।
ଟଙ୍ଗଷ୍ଟନ୍ ଦୁର୍ଲବ ଧାତୁ ଶ୍ରେଣୀରେ ଆସୁଛି । ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଅନୁସାରେ ଏହା ଉପରେ କାମ କରୁଛି । ଏବେ ଏହି ଦୁର୍ଲଭ ଧାତୁର ମ୍ୟାପିଂ କରାଯାଉଛି । ସୂତ୍ର ଅନୁସାରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଡ୍ରିଲିଂ ଆରମ୍ଭ ହୋଇଯାଇଛି ।
ତେବେ ଏ ସମ୍ମନ୍ଧରେ ଜିଅଏସଆଇ ଅଧିକାରୀ କିଛି ବି ସୂଚନା ଦେଇନାହାନ୍ତି । ଟଙ୍ଗଷ୍ଟନ୍ ଭଣ୍ଡାର କେତେ ରହିଛି, ଏହାର ଆକଳନ ହୋଇନି । ଝାଡ଼ଖଣ୍ଡରେ ଟଙ୍ଗଷ୍ଟନର ପ୍ରଥମ ଖଣି ରହିଛି । ଭୁ-ବିଜ୍ଞାନିକଙ୍କ ଅନୁସାରେ ଝାଡ଼ଖଣ୍ଡରେ ଟଙ୍ଗଷ୍ଟନ୍ ମିଳବା ଦ୍ୱାରା ଏହି ମାମଲାରେ ଆତ୍ମନିର୍ଭର ହୋଇଯିବ ଦେଶ । ଅନ୍ୟ ଦେଶ ଉପରେ ନିର୍ଭରତା ଶେଷ ହୋଯିବ ।
ଭାରତ ଏବେ ୧୦୦ ପ୍ରତିଶତ ଟଙ୍ଗଷ୍ଟନ୍ ଆମଦାନୀ କରୁଛି । ଟଙ୍ଗଷ୍ଟନ୍ ର ସବୁଠାରୁ ବଡ଼ ଆମଦାନୀ କରୁଥିବା ଦେଶ ଚୀନ । ଚୀନରୁ ୫୬ ପ୍ରତିଶତ, ରୁଷରୁ ୫ ପ୍ରତିଶତ, ଭିଏତନାମରୁ ୩ ପ୍ରତିଶ ଓ ମଙ୍ଗୋଲିଆରୁ ୨ ପ୍ରତିଶତ ଟଙ୍ଗଷ୍ଟନ ମିଳେ । ଚୀନ ସହ ବ୍ୟବସାୟ କମ କମ କରିବା ପାଇଁ ପ୍ରୟାସ କରାଯାଉଥିବା ବେଳେ ଦେଶରେ ଟଙ୍ଗଷ୍ଟନର ଭଣ୍ଡାର ମିଳବା ଏକ ଭଲ ଖବର ବୋଲି କୁହାଯାଇ ପାରିବ