ଯନ୍ତ୍ରଣାରେ ଜର୍ଜରିତ ଜୀବନ । ଯୁବତୀଙ୍କ ମୁହଁରେ ବଢୁଛି ମାଂସ ପିଣ୍ଡୁଳା, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

105

କନକ ବ୍ୟୁରୋ : ଯନ୍ତ୍ରଣାରେ ବିତୁଛି ଜୀବନ । ବୟସ ବଢିବା ସହିତ ବଢିଚାଲିଛି ଯନ୍ତ୍ରଣା । ମୁହଁରେ ମାଂସ ପିଣ୍ଡୁଳା ବଢୁଥିବା ବେଳେ ଅସହାୟ ହୋଇପଡୁଛି ଜୀବନ । କନ୍ଧମାଳ ରତଙ୍ଗ ପଂଚାୟତ ପୋଡାପଡା ଗାଁର ଗାୟତ୍ରୀ ପ୍ରଧାନ । ପିଲାବେଳରୁ ଏକ ମାଂସ ପିଣ୍ଡୁଳା ମୁହଁରେ ଥିଲା । ଯାହା ଏବେ ବଢି ବଢି ଚାଲିଛି । ତାସାଙ୍ଗକୁ ଯନ୍ତ୍ରଣା ମଧ୍ୟ ବଢୁଛି । ଅଭାବୀ ପରିବାର ଦୁଇ ଓଳି ଦୁଇ ମୁଠା ଖାଇବାକୁ ଯୋଗାଡ କରିପାରୁନଥିବା ବେଳେ ଝିଅର କିଭଳି ଚିକିତ୍ସା କରିବେ । ମୂଲ ଲାଗିଲେ ପରିବାର ଚଳୁଛି । ତାରି ଭିତରେ ଗାୟତ୍ରୀଙ୍କ ଚିକିତ୍ସା କିଭଳି ହେବ ସେ ନେଇ ଚିନ୍ତାରେ ପଡିଛି ପରିବାର । ଝିଅର ଚିକିତ୍ସା ପାଇଁ ଧାର କରଜ କରି ଅନେକ ମେଡିକାଲ ଯାଇ ଥକିଗଲେଣି । ଅଭାବ ଭିତରେ ପାଠ ପଢାରେ ବି ଡୋରୀ ବନ୍ଧା ହୋଇଗଲାଣି । ଟଙ୍କା ଅଭାବରୁ ଝିଅର ଚିକିତ୍ସା ହୋଇପାରୁନଥିବା ବେଳେ ରାଜ୍ୟପାଳ ଦେଇଥିଲେ ପ୍ରତିଶ୍ରୁତି । ହେଲେ ରାଜଧାନୀ ପର୍ଯ୍ୟନ୍ତ ମଧ୍ୟ ଯିବାକୁ ସମ୍ବଳ ନଥିବା କହିଛନ୍ତି ପରିବାର ଲୋକ ।

ଭୁବନେଶ୍ୱର ଯିବା ପାଇଁ ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଦେବା ସହିତ ରାଜ୍ୟପାଳଙ୍କ ସହିତ ଯୋଗାଯୋଗର ବ୍ୟବସ୍ଥା କରିଦେବା ପାଇଁ ନିବେଦନ କରିଛନ୍ତି ଗାୟତ୍ରୀଙ୍କ ବାପା । ଏପଟେ ରତଙ୍ଗ ସରପଂଚ କହିଛନ୍ତି ତାଙ୍କୁ ସହାୟତା ପାଇଁ ଆମେ ବ୍ଲକ କର୍ତୃପକ୍ଷଙ୍କୁ ଜରିଆରେ ଜିଲ୍ଲାପାଳଙ୍କୁ ଜଣାଇବୁ ।

ଯନ୍ତ୍ରଣାରେ ଜର୍ଜରିତ ଗାୟତ୍ରୀଙ୍କୁ ଆଥଇର୍କ ସହଯୋଗ ସହ ସଠିକ୍ ଭାବେ ଚିକିତ୍ସା କରାଯାଇପାରିଲେ ତାକୁ ଏକ ନୂଆ ଜୀବନ ମିଳିପାରିବ ।