ଆରମ୍ଭ ହୋଇଛି ଶ୍ରୀମୁଭିଜ୍ ପ୍ରଡ଼କ୍ସନ ବ୍ୟାନରରେ ପ୍ରସ୍ତୁତ “ ତୁମକୁ ଦେଖିଲା ପରେ ” ଫିଲ୍ମର ଶୁଭ ମୁହୁ୍ରତ୍ । ଫିଲ୍ମଟିର ନିର୍ଦେଶନା ଚନ୍ଦନ ମହାପାତ୍ର ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ଶୁଭମ୍ ପାଢ଼ୀ । ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ମଳୟ ମିଶ୍ର । ମୁଖ୍ୟ ଭୁମିକାରେ ନଜର ଆସିବେ ସମ୍ବିତ୍ ଓ ଝିଲିକ୍ । ତେବେ ଏହି ୨ ଜଣ କଳାକାରଙ୍କ ଫିଲ୍ମ ଆଇ ଲଭ ୟୁ – ୨ର ସୁଟିଂ ମଧ୍ୟ ଜୋରସୋରରେ ଚାଲିଥିବାର ଜଣା ପଡ଼ିଛି । ଫିଲ୍ମରେ ସମ୍ବିିତ୍ ଓ ଝିଲିକଙ୍କ ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର , ହରିହର ମହାପାତ୍ର ,ମୀନକେତନ , ପ୍ରିୟଙ୍କା ,ପ୍ରଦ୍ୟୁମ୍ନ ଲେଙ୍କା , ଜୀବନ ପଣ୍ଡା ଆଦି କଳାକାରଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ ।
ତୁମକୁ ଦେଖିଲା ପରେ
/kanak/media/post_attachments/wp-content/uploads/2016/05/tamaku-dekhila-pare-odiapk.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)