ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରମୁଖ ପର୍ବ କହିଲେ ବଡଦିନକୁ ବୁଝାଏ । ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ବଡଦିନ ତଥା କ୍ରିଷ୍ଟମାସ୍ ରୁପେ ପାଳନ କରେ । ଏହି ଦିନଟିକୁ ଖାସ୍ ଅନ୍ଦାଜରେ ପାଳନ କରିବା ପାଇଁ ପ୍ରତିଘରେ କ୍ରିଷ୍ଟମାସ ଟ୍ରି , ଷ୍ଟାର , ଜିଙ୍ଗଲ୍ ବେଲ୍ ଆଦି ଲଗାଯିବା ସହ ସାଣ୍ଟା କ୍ଲଜ୍ ବେଶରେ କେହି କେହି ପିଲାଙ୍କୁ ଉପହାର ମଧ୍ୟ ବାଣ୍ଟିଥାନ୍ତି । ତେବେ ସୋସିଆଲ୍ ମିଡିଆରେ ମଧ୍ୟ ବଡଦିନର ଶୁଭେଚ୍ଛା ଦିଆଯାଉଛି । ଏଥିମଧ୍ୟରେ ଟ୍ୱିଟରରେ ଏବେ କିଛି ଲୋକ କ୍ରିଷ୍ଟମାସର ବହିଷ୍କାର କରି ତୁଳସୀ ଦିବସ ପାଳନ କରିବାକୁ ଅପିଲ୍ କରୁଛନ୍ତି । ଟ୍ୱିଟରରେ ଏବେ ପରିବେଶ ବିରୋଧୀ କ୍ରିଷ୍ଟମାସ ଏବଂ ତୁଳସୀ ପୂଜା ଦିବସ ଭଳି ହାସଟ୍ୟାଗ୍ ଟ୍ରେଣ୍ଡ୍ ହେଉଛି । ପରିବେଶ ସଂରକ୍ଷଣର ବାର୍ତ୍ତା ଦେଇ କିଛି ଲୋକ କ୍ରିଷ୍ଟମାସ୍ କୁ ବର୍ଜନ କରି ତୁଳସୀ ପୂଜା ଦିବସ ପାଳନ କରିବାକୁ କହୁଛନ୍ତି ।

Advertisment

publive-image

ଲୋକଙ୍କ କହିବାନୁସାରେ କ୍ରିଷ୍ଟମାସ ସମୟରେ ବୃକ୍ଷ କାଟିବା ବଦଳରେ ତୁଳସୀ ପୂଜା କରିବା ଆବଶ୍ୟକ । କିଛି ତୁଳସୀ ଗଛର ଲାଭ ସଂପର୍କରେ ମଧ୍ୟ କହିଛନ୍ତି । ଜଣେ ୟୁଜର୍ କହିଛନ୍ତି ଯେ ଡିସେମ୍ବର ୨୫ ରେ ପ୍ଲାଷ୍ଟିକ୍ ର ଗଛରେ ଲାଇଟ୍ ଲଗାଇବା ବଦଳରେ ଅମ୍ଳଜାନ ଦେଉଥିବା ତୁଳସୀ ଗଛକୁ ପୂଜା କଲେ ଅନେକ ଲାଭ ମିଳିବ । ଏହାକୁ ନେଇ ଟ୍ୱିଟରରେ , “ଗଛ ବଞ୍ଚାଓ ମାନବତା ବଞ୍ଚାଓ” ବୋଲି ମଧ୍ୟ କ୍ୟାପ୍ସନ୍ ଦେଇଛନ୍ତି ।

publive-image