କନକ ବ୍ୟୁରୋ: କଂଗ୍ରେସ ଭବନରେ ଆସି ପହଞ୍ଚିଲା ପ୍ରଥମ ସଜ ତୁଳସୀ । ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଜଣେ ସାଧାରଣ ବ୍ୟକ୍ତି ସ୍ପିଡ ପୋଷ୍ଟରେ ସମ୍ବଲପୁରରୁ ପଠାଇଛନ୍ତି ତୁଳସୀ ଆଉ ତା ସହିତ ଏକ ଚିଠି । ପିସିସି ସଭାପତି ଓଡ଼ିଶା ବାସୀଙ୍କୁୁ ଅନୁରୋଧ କରିଛନ୍ତି ଜଗାପାଇଁ ତୁଳସୀ ପଠାଇଲେ କଂଗ୍ରେସ ଦାୟିତ୍ୱର ସହ ତୁଳସୀ ଯାତ୍ରାରେ ତୁଳସୀକୁ ନେଇ ଜଗା ଦୁଆରେ ସମର୍ପଣ କରିବ । ଆଉ ଏହି ତୁଳସୀ ଯାତ୍ରାରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ।
ସମ୍ବଲପୁରରୁ କଂଗ୍ରେସ ଭବନକୁ ସ୍ପିଡ୍ ପୋଷ୍ଟରେ ଆସିଲା ତୁଳସୀ । ପିସିସି ସଭାପତିଙ୍କ ଅପିଲ, ବିଭିନ୍ନ ଜାଗାରୁ ରାଜ୍ୟବାସୀ ପଠାନ୍ତୁ ତୁଳସୀ ।
/kanak/media/post_attachments/wp-content/uploads/2023/11/24-21.jpg)